ସାପ ଧରି ମେଡିକାଲରେ ପହଞ୍ଚିଲେ ଯୁବକ

ଉଦଳା : ସାପ କାମୁଡ଼ିବା ପରେ ଭୟଭୀତ ନହୋଇ ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଘଟିଛି।ମୋଚିରାମ ଟୁଡୁ ଏକ ସରକାରୀ କାର୍ଯ୍ୟାଳୟରେ କାମ କରନ୍ତି। ରାତିରେ ସେ ଅଫିସ୍‌ ରୁମ୍‌ ଭିତରେ ଚେୟାରରେ ବସିଥିବା ବେଳେ ତଳେ ଥିବା ଏକ ବିଷାକ୍ତ ସାପ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ମୋଚିରାମ ତୁରନ୍ତ ସାପଟିକୁ ମାରି ଧରିଥିଲେ।

ପରେ ଏହାକୁ ଏକ ପଲିଥିନ୍‌ ଜରିରେ ଭର୍ତ୍ତି କରି ସାଇକେଲରେ ଟାଙ୍ଗି ଉଦଳା ମେଡିକାଲରେ ପହଞ୍ଚିଥିଲେ। ଡାକ୍ତରଙ୍କୁ ସାପଟିକୁ ଦେଖାଇବା ପରେ ଏହା ବିଷାକ୍ତ ସାପ ବୋଲି ଜଣାପଡ଼ିଥିଲା।ଡାକ୍ତରମାନେ ତୁରନ୍ତ ମୋଚିରାମଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦାସ୍ଥିତ PRM ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

  • Related Posts

    ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ

    ଭୁବନେଶ୍ୱର/ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟି ଆର ଆଣ୍ଡ ବି(ରାସ୍ତା ଓ ଗୃହ ନିର୍ମାଣ) ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଅରବିନ୍ଦ ମହାନ୍ତି ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ…

    Continue reading
    ଉଦ୍ଧାର ବାଘ ଛୁଆ ସୁରକ୍ଷିତ; ବାଘୁଣୀ ଯମୁନା ଏନକ୍ଲୋଜରକୁ ସ୍ଥାନାନ୍ତର

    ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜର ଖପାରଖାଇ ଗ୍ରାମରୁ ଉଦ୍ଧାର ହୋଇଥିବା ବାଘ ଛୁଆଟି ସୁରକ୍ଷିତ ରହିଛି । ଶିମିଳିପାଳ ଅଭୟାରଣ୍ୟର ଫରେଷ୍ଟ୍ କ୍ୟାମ୍ପସରେ ତାହାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଚାଲିଛି । ଉକ୍ତ ବାଘ ଛୁଆଟିକୁ ବାଘୁଣୀ ଯମୁନା ରହୁଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ