ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଟ୍ରେଣ୍ଡ କରୁଛି ଡୋନାଲ୍ଡ ଟ୍ରମ୍ପ ମୃତ

ନୂଆଦିଲ୍ଲୀ,30/08 :ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୃତ। ଆମେରିକା ସମେତ ଅନେକ ଦେଶରେ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ଏଭଳି ଗୁଜବ। ଏହାର କାରଣ ମଧ୍ୟ ଆଶ୍ଚର୍ଯ୍ୟଜନକ। ତାହା ହେଉଛି ଟ୍ରମ୍ପଙ୍କ ସ୍ଵାସ୍ଥ୍ୟାବସ୍ଥା ଏବଂ ୭୨ ଘଣ୍ଟା ଧରି ଗଣମାଧ୍ୟମରେ ନିଜର ଚେହେରା ନ ଦେଖାଇବା। ସ୍ଵାସ୍ଥ୍ୟାବସ୍ଥା ଠିକ୍ ନ ଥିବାରୁ ଟ୍ରମ୍ପ ୩ ଦିନ ହେବ ଗଣମାଧ୍ୟମ ସମ୍ମୁଖକୁ ଆସିନାହାନ୍ତି। ତେଣୁ ‘ଟ୍ରମ୍ପ ମୃତ’ ବା #trumpisdead ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଟ୍ରେଣ୍ଡ କରୁଛି। ଲୋକଙ୍କ କହିବା ଅନୁସାରେ, ଟ୍ରମ୍ପ ସବୁବେଳେ କ୍ୟାମେରା ଲେନ୍ସରେ ରହିବାକୁ ପସନ୍ଦ କରନ୍ତି। କିଛି ନା କିଛି ଅଜବ କଥା କହି ଖବରର ଶିରୋନାମାକୁ ଆସିବାକୁ ଚେଷ୍ଟା କରିଥାଆନ୍ତି। କିନ୍ତୁ ୭୨ ଘଣ୍ଟା ଧରି ତାଙ୍କୁ ଆଉ ଗଣମାଧ୍ୟମରେ ଦେଖିବାକୁ ମିଳୁନାହିଁ। ଗତ ମଙ୍ଗଳବାର ହ୍ବାଇଟ୍‌ ହାଉସରେ କ୍ୟାବିନେଟ ବୈଠକ ପରଠାରୁ ଟ୍ରମ୍ପ ଆଉ ଦେଖାଯାଉ ନାହାନ୍ତି। ବୁଧବାର, ଗୁରୁବାର ଏବଂ ଶୁକ୍ରବାର ୩ ଦିନ ଧରି ହ୍ବାଇଟହାଉସ ପକ୍ଷରୁ ରାଷ୍ଟ୍ରପତିଙ୍କ କୌଣସି କାର୍ଯ୍ୟସୂଚୀ ବି ପ୍ରକାଶ କରାଯାଇ ନାହିଁ। ଏହାକୁ ନେଇ ଅନେକ ଲୋକ ସାମାଜିକ ଗଣମାଧ୍ୟମରେ ଟ୍ରମ୍ପଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି। #trumpisdead #whereistrump and #hesdead ଭଳି ବାର୍ତ୍ତା ଏକ୍ସ’ରେ ଟ୍ରେଣ୍ଡ କରୁଛି। ତେବେ ସେ ସୁସ୍ଥ ଥିବା ଟ୍ରମ୍ପଙ୍କ ମୁଖପାତ୍ର କାରୋଲିନ ଲାଭିଟ କହିଛନ୍ତି।

  • Related Posts

    ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ

    ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…

    Continue reading
    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ