ଭୁବନେଶ୍ୱର,23/08: ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ପେନସନ ପ୍ରଦାନ ଓ ଅଧିସ୍ବୀକୃତି କମିଟି ଗଠନ ସହ ଜିଲା ଓ ରାଜ୍ୟ ସ୍ତରରେ ଯୋଗ୍ୟ ସାମ୍ବାଦିକଙ୍କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଦାବି ଉପସ୍ଥାପନ କରିଛି ଉତ୍କଳ ସାମ୍ବାଦିକ ସଂଘ। ଏ ନେଇ ଶୁକ୍ରବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର ଭେଟି ଆଲୋଚନା କରି ଦାବି ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସଂଘ ପକ୍ଷରୁ ଏକ ଦାବିପତ୍ର ଶ୍ରୀ ଶର୍ମାଙ୍କୁ ପ୍ରଦାନ କରାଯାଇଛି।
ସୂଚନା ଯୋଗ୍ୟ ଦେଶର ଅନ୍ୟାନ୍ୟ ୧୮ଟି ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କୁ ପେନସନ ଦେଉଛନ୍ତି। ସେହିଭଳି ଅନ୍ୟାନ୍ୟ ରାଜ୍ୟରେ ଅଧିସ୍ବୀକୃତି କମିଟି ମାଧ୍ୟମରେ ଯୋଗ୍ୟ ସାମ୍ବାଦିକଙ୍କୁ ସରକାରୀ ମାନ୍ୟତା ଦିଆଯାଉଥିଲା ବେଳେ ଆମ ରାଜ୍ୟରେ ଅଧିସ୍ବୀକୃତି କମିଟିକୁ ୨୦୦୨ ମସିହାରୁ ଭାଙ୍ଗି ଦିଆଯାଇଛି। ଫଳତଃ ଯୋଗ୍ୟ ସାମ୍ବାଦିକ ମାନେ ଦୀର୍ଘ ୨୩ ବର୍ଷ ହେବ ଅଧିସ୍ବୀକୃତି ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ରାଜ୍ୟର ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଅଧିସ୍ବୀକୃତି କମିଟି ଗଠନ ପୂର୍ବକ ରାଜ୍ୟର ଯୋଗ୍ୟ ସାମ୍ବାଦିକଙ୍କୁ ମାନ୍ୟତା ପ୍ରଦାନ କରିବା ଏବଂ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ସମସ୍ତ ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଉତ୍କଳ ସାମ୍ବାଦିକ ସଂଘ ଦାବି କରିଛି। ଆଲୋଚନା କାଳରେ ଶ୍ରୀଶର୍ମା ଦାବି ଗୁଡିକ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିବା ସହ, ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ପ୍ରତି ସରକାର ଯତ୍ନଶୀଳ ଅଛନ୍ତି ବୋଲି ସ୍ପଷ୍ଟ କରିଥିଲେ। ଦାବି ସମୂହର ସମାଧାନ ପାଇଁ ସରକାରୀ ସ୍ତରରେ ଆଶୁ ପଦକ୍ଷେପ ନିଆଯିବ ବୋଲି ସଂଘକୁ ଶ୍ରୀ ଶର୍ମା ପ୍ରତିଶ୍ରୁତି େଦଇଛନ୍ତି।
ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାଜସ୍ୱ ନିରୀକ୍ଷକ
ଭୁବନଶ୍ୱେର : ଜମି ପଟ୍ଟା କରିବା ପାଇଁ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଲେଶ୍ୱର ଖଇରା ତହସିଲର ତୁଡ଼ିଗାଡ଼ିଆ ରାଜସ୍ୱ ନିରୀକ୍ଷକ (ଆରଆଇ) ଶରତ କୁମାର ସେଠୀ।…




