ସାରା ରାଜ୍ୟରେ ବଢ଼ିଛି ଥଣ୍ଡା

ଭୁବନେଶ୍ୱର : ସାରା ରାଜ୍ୟରେ ବଢ଼ିଛି ଥଣ୍ଡା । ଅସହ୍ୟ ଜାଡରେ ଥରୁଛି ଓଡିଶା । ରାତି ତାପମାତ୍ରା ସବୁଠି କମିଛି ।ପୂର୍ବ ରାତି ତୁଳନାରେ ୧ ରୁ ସାଢ଼େ ୪ ଡିଗ୍ରୀ ସେଲସିୟସ୍‌ କମିଯାଇଛି । ରାଉରକେଲା ପାଲଟିଛି ସବୁଠୁ ଥଣ୍ଡା ସହର । ଇସ୍ପାତ ସହର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

ରାଜ୍ୟରେ ତାପମାତ୍ରା ଅଚାନକ ଖସିଛି । ମାଡ଼ି ଆସିଛି ଥଣ୍ଡା । ପ୍ରାୟତଃ ରାତିର ତାପମାତ୍ରା ଅସ୍ୱାଭାବିକ ଭାବେ କମିଛି । ରାଉରକେଲା ପଛକୁ ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ, କେନ୍ଦୁଝର ୯.୫, ଫୁଲବାଣୀ ୯.୫, ଦାରିଙ୍ଗିବାଡ଼ି ୯.୫, ସୁନ୍ଦରଗଡ଼ ୯.୭, ଅନୁଗୁଳ ୧୦, ସୋନପୁର ୧୦ ଡିଗ୍ରୀ ଥିଲା ବୁଧବାର ରାତିରେ । ଭବାନୀପାଟଣା ଓ ବଲାଙ୍ଗିରରେ ୧୧ ଡିଗ୍ରୀ, ବାରିପଦା, ଢେଙ୍କାନାଳ ଓ ଭଦ୍ରକରେ ୧୨ ଡିଗ୍ରୀ, ନବରଙ୍ଗପୁର ୧୨.୫, ତାଳଚେର ୧୨.୪, ହୀରାକୁଦ ୧୨.୬, ସମ୍ବଲପୁର ୧୨.୪, ବାଲେଶ୍ୱର ୧୨.୪, କୋରାପୁଟ ୧୨.୮, ଟିଟିଲାଗଡ଼ ୧୩, ରାୟଗଡ଼ା ୧୩, କଟକ ୧୩, ଭୁବନେଶ୍ୱର ୧୩.୨, ନୂଆପଡ଼ା ୧୩.୪, ଚାନ୍ଦବାଲି ୧୩.୮, ଖୋର୍ଦ୍ଧା ୧୪ ଡିଗ୍ରୀ ସେଲସିୟସ୍‌ ଥିଲା । ରାଜ୍ୟ ତମାମ ଏବେ ପାଗ ଶୁଖିଲା ରହିଛି ।

ଆଗାମୀ ଦୁଇ ସପ୍ତାହ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଦେଖାଯାଉନି । ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୫ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ତେବେ ୫ ତାରିଖରୁ ରାତି ତାପମାତ୍ରା ଧୀରେ ଧୀରେ ବଢ଼ିବ । ଭୁବନେଶ୍ୱରରେ ରାତି ତାପମାତ୍ରା ପୂର୍ବ ରାତି ତୁଳନାରେ ୩.୨ ଡିଗ୍ରୀ, କେନ୍ଦୁଝରରେ ୨.୯ ଡିଗ୍ରୀ କମିଛି । ଅନେକ ସ୍ଥାନରେ ୧ରୁ ଦେଢ଼ ଡିଗ୍ରୀ କମିଛି ୨୪ ଘଣ୍ଟାରେ । ଶୁକ୍ରବାର ସକାଳେ ଅନୁଗୁଳ, କନ୍ଧମାଳ, ଢେଙ୍କାନାଳରେ ଘନ କୁହୁଡ଼ି ହୋଇପାରେ । ଶୁକ୍ରବାର ରାତି ଓ ଶନିବାର ସକାଳେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼ ଓ ସୁନ୍ଦରଗଡ଼ରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି ।

  • Related Posts

    ମା ବନଦୁର୍ଗାଙ୍କ ମହାସପ୍ତମୀ ପୂଜା, ଉତ୍ସବମୁଖର ରାଇକିଆ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆରେ ମା ବନଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ମା ଙ୍କ ଆବାହନ ସହ ପୂଜାମଣ୍ଡପରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଛି। ଚଳିତ ବର୍ଷ ରାଇକିଆରେ ୫୨ତମ…

    Continue reading
    କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି: କଂଗ୍ରେସ

    ଭୁବନେଶ୍ବର: ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ କୋଟିଆ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଆନ୍ଧ୍ର ସରକାରଙ୍କ ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି