ସିଏମ୍ ଟ୍ରଫି-୨୦୨୫ରେ ଚୟନ ହୋଇଥିବା ଫୁଟବଲ ପ୍ରତିଭାଙ୍କ ପ୍ରବେଶ ସମାରୋହ

ଭୁବନେଶ୍ବର : କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସିଏମ୍ ଟ୍ରଫି-୨୦୨୫ରେ ଚୟନ ହୋଇଥିବା ଫୁଟବଲ ପ୍ରତିଭାଙ୍କ ପ୍ରବେଶ ସମାରୋହ କଳିଙ୍ଗ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଯୁବ ଫୁଟବଲ ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଯୋଗାଇ ଦିଆଯିବାକୁ ଥିବା ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇବା ସହ ଫୁଟବଲରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିବାକୁ ସେ ଆହ୍ବାନ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଆଗାମୀ ଦିନରେ ଆପଣମାନେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି ଜାତୀୟ ସ୍ତରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରନ୍ତୁ ଏବଂ ପରବର୍ତ୍ତୀ ସମୟରେ ଭାରତ ପକ୍ଷରୁ ଖେଳି ଅନ୍ତର୍ଜାତୀୟ ତଥା ବିଶ୍ୱ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ। ଯଦି ଆପଣମାନେ ଫୁଟବଲର କିମ୍ବଦନ୍ତୀ ଖେଳାଳି ସୁନୀଲ ଛେତ୍ରୀ, ବାଇଚୁଙ୍ଗ ଭୂତିଆ, କ୍ରିଷ୍ଟିଆନୋ ରୋନାଲ୍‌ଡୋ, ରୋନାଲ୍‌ଡିନୋ ଏବଂ ଲିଓନେଲ୍ ମେସିଙ୍କ ଭଳି ଉଚ୍ଚକୋଟୀର ପ୍ରଦର୍ଶନ କରି ସଫଳତା ପାଇପାରିବେ, ତାହେଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସାଢ଼େ ଚାରି କୋଟି ଓଡ଼ିଶାବାସୀ ଏବଂ ସର୍ବୋପରି ମୋର ତଥା କ୍ରୀଡ଼ା ଓ ଯୁବସେବା ବିଭାଗର ସ୍ୱପ୍ନ ସାକାର ହୋଇପାରିବ। ଆପଣଙ୍କର ଏହି ନିଷ୍ଠା ଓ ପରିଶ୍ରମ ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ନୂତନ ସ୍ଥାନ ପ୍ରଦାନ କରିବ।
ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ‘ସିଏମ୍ ଟ୍ରଫି-୨୦୨୫’ ଓଡ଼ିଶାର କ୍ରୀଡ଼ା ଜଗତରେ ଏକ ନୂତନ ବିପ୍ଳବ ସୃଷ୍ଟି କରିଛି। ତୃଣମୂଳ ସ୍ତରରୁ ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ଚିହ୍ନଟ କରି ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଏହା ଦେଶର ସବୁଠୁ ବଡ଼ ପ୍ରତିଭା ଅନ୍ଵେଷଣ ପ୍ଲାଟଫର୍ମ ଭାବେ ଉଭା ହୋଇଛି। “ପ୍ରତିଭା ଅନେକ, ଲକ୍ଷ୍ୟ ଏକ” ଆଭିମୁଖ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରୁ ଦୁର୍ଗମଞ୍ଚଳ ପର୍ଯ୍ୟନ୍ତ ପ୍ରାୟ ୨୮୪ଟି ଦଳ ଏବଂ ୬,୦୦୦ରୁ ଅଧିକ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ୨୮୫ ଜଣ ପ୍ରତିଭାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶାରୀରିକ ଓ ଜୈବିକ ଗୁଣବତ୍ତା (Biological Screening) ଆଧାରରେ ଶ୍ରେଷ୍ଠ ୬୫ ଜଣଙ୍କୁ ଚୂଡ଼ାନ୍ତ ଚୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଏହି ମନୋନୀତ ଖେଳାଳିମାନଙ୍କୁ ଫିଫା ଏକାଡେମୀ, କ୍ରୀଡ଼ା ଛାତ୍ରାବାସ ଏବଂ ସମ୍ବଲପୁର ଫୁଟବଲ ଏକାଡେମୀ ସମେତ ରାଜ୍ୟର ବିଭିନ୍ନ କ୍ରୀଡ଼ା ଛାତ୍ରାବାସରେ ରହିବା ପାଇଁ ସୁଯୋଗ ଦିଆଯିବ ଏବଂ ସମସ୍ତଙ୍କୁ ଉଚ୍ଚକୋଟୀର ପ୍ରଶିକ୍ଷଣ ପ୍ରଦାନ କରାଯିବ। ତୃଣମୂଳସ୍ତରର ଖେଳାଳିଙ୍କୁ ସଫଳତାର ଶୀର୍ଷ ସୋପାନର ମଞ୍ଚ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଅଭିପ୍ରେତ ଏହି ଯୁଗାନ୍ତକାରୀ ଯୋଜନା ଓଡ଼ିଶାର ଆଗାମୀ ପିଢ଼ିକୁ କ୍ରୀଡ଼ା କ୍ଷେତ୍ରରେ ସଶକ୍ତ ଓ ପ୍ରେରଣାଦାୟୀ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂରଜ ପ୍ରକାଶ କରିଥିଲେ।ଝାରସୁଗୁଡ଼ା ବିଧାୟକ ତଥା ଓଡ଼ିଶା ଫୁଟବଲ ସଂଘ(FAO)ର ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ଭର୍ଚୁଆଲ ମାଧ୍ୟମରେ ଯୋଡି ହୋଇ ନିଜର ବକ୍ତବ୍ୟ ରଖି କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ।କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ ଏବଂ ଓଡ଼ିଶା ଫୁଟବଲ ସଂଘର ସମ୍ପାଦକ ଶ୍ରୀ ଅଭିଜିତ୍ ପାଉଲ୍ ଉପସ୍ଥିତ ଥିଲେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ