ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ବାରା ୧୧୯୧.୪୭ କୋଟିର ଅକ୍ଷୟ ଶକ୍ତି ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ବର: ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଆଧାରରେ ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି (ଏସ୍.ଡବ୍ଲ୍ୟୁ.ସି)ର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ୧୧୯୧.୪୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ବାରା ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ୯୫୭ ମେଗାଓ୍ବାଟ କ୍ଷମତାର ୨ଟି ପବନ ଶକ୍ତି ପ୍ରକଳ୍ପ, ୫୩.୯୭ ମେଗାଓ୍ବାଟ କ୍ଷମତାର ୪ଟି ଭୂମି ଆଧାରିତ ସୌର ଶକ୍ତି ପ୍ରକଳ୍ପ ଓ ୦.୬ ମେଗାଓ୍ବାଟ କ୍ଷମତାର ପ୍ରଥମ ବ୍ୟାଟେରୀ ଷ୍ଟୋରେଜ୍ ପ୍ରକଳ୍ପ ।

ଏହି ପ୍ରକଳ୍ପଗୁଡିକ ମାଧ୍ୟମରେ ଓଡ଼ିଶାରେ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଥିବା ପ୍ରାକୃତିକ ସମ୍ଭାବନା ଗୁଡିକର ସଦବ୍ୟବ‌ହାର ହୋଇପାରିବ । ତା’ ସଙ୍ଗେ ସଙ୍ଗେ ରାଜ୍ୟ ଅକ୍ଷୟ ଶକ୍ତି ନୀତି-୨୦୨୨ ଅନ୍ତର୍ଗତ ଲକ୍ଷ୍ୟଗୁଡ଼ିକ ପୂରଣ ପାଇଁ ମଧ୍ୟ ଏହା ସହାୟକ ହେବ । ଏହି ଅବସରରେ ସଚିବ ବିଶାଳ ଦେବ ସ୍ଥାୟୀ ଅର୍ଥନୈତିକ ପ୍ରଗତି ନିମନ୍ତେ ଅକ୍ଷୟ ଶକ୍ତିର ମହତ୍ବ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ପୁଞ୍ଜି ନିବେଶକୁ ସୁଗମ କରିବା ଏବଂ ଅନୁମୋଦିତ ପ୍ରକଳ୍ପ ଗୁଡିକର ଠିକ ସମୟରେ କାର୍ୟ୍ୟ କାରିତାକୁ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ ।

ନବମ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ଅନୁମୋଦିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା । ଏଥିରେ ରାଜ୍ୟ ଶକ୍ତି ବିଭାଗ, ଜଳ ସଂପଦ ବିଭାଗ, ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ, ଗ୍ରିଡକୋ, ଓପିଟିସିଏଲ୍, ଓଏଚପିସି ତଥା ବିଦ୍ୟୁତ ବିତରଣ କମ୍ପାନୀ ସମୂହର ବିଭିନ୍ନ ବରିଷ୍ଠ ଅଧିକାରୀ ଙ୍କ ସମେତ ସର୍ବୋଚ୍ଚ ଯନ୍ତ୍ରୀ (ବୈଦ୍ୟୁତିକ) ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ରାଜ୍ୟ ସରକାରଙ୍କ ସକ୍ରିୟ ନୀତି ଏବଂ ଶୃଙ୍ଖଳିତ ପ୍ରକ୍ରିୟା ଆଧାରରେ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି ଏବଂ ଅକ୍ଷୟ ଶକ୍ତି ନୋଡାଲ ଏଜେନ୍ସି ଗ୍ରିଡକୋ ମାଧ୍ୟମରେ, ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବଢିଛି ଏବଂ ଏକ ଅଧ‌ିକ ଆତ୍ମନିର୍ଭରଶୀଳ ଓଡିଶା ପାଇଁ ପଥ ପରିଷ୍କାର ହୋଇଚାଲିଛି। ଏ ଯାଏଁ ଅକ୍ଷୟଶକ୍ତି କ୍ଷେତ୍ରରେ ମୋଟ ୧୭୦୭.୫୬ ମେଗାୱାଟ କ୍ଷମତା ସଂପନ୍ନ ପ୍ରକଳ୍ପ ଲାଗି ୧୨,୩୮୭.୩୬ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପାଇଁ ସିଙ୍ଗଲ୍ ୱିଣ୍ଡୋ କମିଟି ନୀତିଗତ ଅନୁମୋଦନ ପ୍ରଦାନ କରିଛି ।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ