
କଟକ: କଟକ ସିଡିଏମଓ ଅଫିସର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ପଶିଛି ଭିଜିଲାନ୍ସ । ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ଟଙ୍କା ହେର ଫେର ଘଟଣାକୁ ନେଇ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡିଛି । ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।
ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ଚଢାଉ । ୧ କୋଟି ୨୪ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସର ଏକାଧିକ ଟିମ ଆଜି ପାଞ୍ଚଟି ଜାଗାରେ ଚଢାଉ କରୁଛନ୍ତି। କଟକ ଯୋବ୍ରାରେ ଥିବା ତିନି ମହଲାଘର, ସିଡିଏମଓ ଅଫିସ, କଟକ କିଶୋନଗର ପୈତୃକ ଘର, ଚୌଦ୍ଵାର ଘର ଓ କଟକ ଦେଉଳ ସାହିରେ ଥିବା ଶଶୁର ଘରେ ଚଢାଉ ଚାଲିଛି।
ଚୌଦ୍ଵାର ଆଗ୍ରାହାଟ ପଞ୍ଚାୟତ ପ୍ରଧାନିଆ ସ୍ଥିତ ପଲାସିଆ ମୌଜାର ଫାର୍ମ ହାଉସ ଉପରେ ଯାଜପୁର ଓ କଟକର ଭିଜିଲାନ୍ସର ୭ ଜଣିଆ ଟିମ୍ର ମିଳିତ ଚଢଉ ଜାରି । ବାବୁ ଜଣକ ଚାକିରୀରୁ ଆଉ ଦୁଇ ବର୍ଷ ପରେ ଅବସର ନେଇଥାନ୍ତେ ବୋଲି ଜଣାପଡିଛି । ଅବସର ନେବା ପୂର୍ବରୁ ତାଙ୍କୁ ମାଡି ବସିିଛି ଭିଜିଲାନ୍ସ ।




