ସିପିଆର୍‌ ଦେଇ ଯୁବକଙ୍କ ଜୀବନ ରକ୍ଷା ଟ୍ରାଫିକ୍‌ ପୁଲିସ

ନୂଆଦିଲ୍ଲୀ : ବିଚ୍‌ ରାସ୍ତାରେ ଯୁବକଙ୍କ ଜୀବନ ରକ୍ଷା କଲେ ଟ୍ରାଫିକ୍‌ ପୁଲିସ । ଘଟଣାର ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ହରିୟାଣାର ଗୁରୁଗାଓଁରେ ଟ୍ରାଫିକ୍‌ ପୁଲିସ ଭାବେ କାର୍ଯ୍ୟରତ ଏଏସଆଇ କୃଷ୍ଣ କୁମାର ମାନବିକତା ଓ କର୍ତ୍ତବ୍ୟ ପାଇଁ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବା ସହ ପ୍ରେରଣା ପାଲଟିଛନ୍ତି । ସେ ଜଣେ କାର୍‌ ଚାଳକଙ୍କୁ ମୃତ୍ୟୁ ମୁହଁରୁ ରକ୍ଷା କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ସମୟରେ ଟ୍ରାଫିକ୍‌ ପୁଲିସ ଜଣକ କାର୍ଯ୍ୟରେ ଥିବା ସମୟରେ ଦେଖିଥିଲେ ଯେ, ବିଚ୍‌ ରାସ୍ତାରେ ଜଣେ ଯୁବକ କାର୍‌ ଚଲାଉଥିବା ସମୟରେ ହଠାତ୍‌ ଅଟକି ଯାଇଥିଲେ । ସେ କାର୍‌ ନିକଟକୁ ଯାଇ ଦେଖିବା ବେଳକୁ ଯୁବକ ଜଣକ ଅଚେତ୍‌ ଅବସ୍ଥାରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବା ଏଏସଆଇ ଅନୁଭବ କରି କାଳ ବିଳମ୍ବ ନକରି ନିଜର ସାଥି କର୍ମଚାରୀ ଓ ଉପସ୍ଥିତ ଥିବା କିଛି ଲୋକଙ୍କ ସହଯୋଗ ନେଇ କାର୍‌ ଭିତରୁ ଯୁବକଙ୍କୁ ବାହାରକୁ ଆଣି ତାଙ୍କୁ ସିପିଆର୍‌ ଦେବା ଆରମ୍ଭ କରିଥିଲେ । କିଛି ସମୟରେ କାର୍‌ ଚାଳକଙ୍କୁ ଚେତା ଫେରି ଆସିଥିଲା । ଚେତା ଆସିବା ପରେ ପୁଲିସ କର୍ମୀ ତାଙ୍କୁ ପାଣି ପିଇବା ସହ ଆରାମ ଅନୁଭବ କରାଇଥିଲେ ।

  • Related Posts

    Odisha Eyes Greener Roads: Plastic Waste to Pave the Way

    Bhubaneswar: 7,2025: A meeting was held today under the chairpersonship of Smt. Usha Padhee, Principal Secretary, Housing & Urban Development Department, Government of Odisha, to deliberate on the use of…

    ୨୦୨୫ ଶେଷ ସୁଦ୍ଧା ‘ବୀମା ସୁଗମ ପୋର୍ଟାଲ୍‌’

    ନୂଆଦିଲ୍ଲୀ:ଭାରତର ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ୨୦୨୫ ଶେଷ ସୁଦ୍ଧା ‘ବୀମା ସୁଗମ ପୋର୍ଟାଲ୍‌’ ଉନ୍ମୋଚନ କରିବାକୁ ଯାଉଛି, ଯେଉଁଥିରେ ଜଣେ ବ୍ୟକ୍ତି ସମସ୍ତ ପ୍ରକାର ବୀମା ପଲିସିଗୁଡ଼ିକୁ ଗୋଟିଏ ସ୍ଥାନରେ କ୍ରୟ ଓ ପରିଚାଳନା କରିପାରିବେ। ତଥ୍ୟ…

    Leave a Reply

    Your email address will not be published. Required fields are marked *

    You Missed

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ