
ଭୁବନେଶ୍ଵର : ପ୍ରକାଶ ପାଇଲା ସିବିଏସଇ ଦ୍ଵାଦଶ ରେଜଲ୍ଟ। ଛାତ୍ରଙ୍କୁ ଟପିଲେ ଛାତ୍ରୀ। ଏଥର ୮୫.୨୦ ପ୍ରତିଶତ ପାସ୍ ହାର ରହିଛି। ବୋର୍ଡ ଓ୍ବେବସାଇଟ results.cbse.nic.inରେ ପରୀକ୍ଷା ଫଳ ଉପଲବ୍ଧ ରହିଛି। ଡିଜିଲକର ଓ ଉମଙ୍ଗ ଆପରେ ମଧ୍ୟ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ। ଛାତ୍ରୀଙ୍କ ପାସ୍ ହାର ୮୮.୮୫% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୨.୧୩% ରହିଛି। ଝିଅମାନଙ୍କ ପାସ୍ ହାର ୬.୭୩% ଅଧିକ ରହିଛି।.
କେମିତି କରିବେ ରେଜଲ୍ଟ ଚେକ୍: -ସିବିଏସଇ ଅଫିସିଆଲ୍ ୱେବସାଇଟ୍ cbseresults.nic.in କୁ ଯାଆନ୍ତୁ। -ଏଠାରେ ସିବିଏସଇ ଦ୍ଵାଦଶ ରେଜଲ୍ଟ ୨୦୨୬ ଲିଙ୍କ୍ ନଜର ଆସିବ। -ସେଠାରେ ନିଜ ରୋଲ୍ ନମ୍ଵର ଏବଂ ଅନ୍ୟ ତଥ୍ୟ ଦିଅନ୍ତୁ। -ସ୍କ୍ରିନରେ ଆପଣଙ୍କର ମାର୍କସିଟ୍ ଆସିବ।


