ସୁନ୍ଦରଗଡ଼ରେ ସ୍କ୍ରବ୍‌ ଟାଇଫସ୍‌ ସଂଖ୍ୟା ବଢୁଛି, ସାଢ଼େ ୭ ମାସରେ ୬୭୮ ଆକ୍ରାନ୍ତ

ରାଉରକେଲା, 20।08: ସୁନ୍ଦରଗଡ଼ ଜିଲ୍ଲା‌ରେ ପୁଣି ଚିନ୍ତା ବଢ଼ାଇଛି ସ୍କ୍ରବ୍‌ ଟାଇଫସ୍‌। ନିୟମିତ ବ୍ୟବଧାନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ପୂର୍ବବର୍ଷ ଭଳି ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁନି। ଗତ ଜାନୁଆରି ପହିଲାରୁ ଅଗଷ୍ଟ ୧୮ ସୁଦ୍ଧା ଜିଲ୍ଲାରେ ମୋଟ ୬୭୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷରେ ସଂକ୍ରମଣ ତୁଳନାରେ ସୁସ୍ଥହାର ମଧ୍ୟ ଆଶ୍ବସ୍ତି ଦେଇଛି। ଏବେ ୧୮ ଜଣ ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଚିକିତ୍ସାଧୀନ ଅଛନ୍ତି।

ଜାନୁଆରିରୁ ଅଗଷ୍ଟ ୧୮ ତାରିଖ ଭିତରେ ଜିଲ୍ଲାରେ ମୋଟ ୪୦୧୮ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥରୁ ୬୭୮ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଅର୍ଥାତ୍‌ ଜିଲ୍ଲାର ସ୍କ୍ରବ୍‌ ଟାଇଫସ୍‌ ପଜିଟିଭ୍‌ ହାର ହେଉଛି ୧୬.୮୯ ପ୍ରତିଶତ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ ୧୮୫୪ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୩୬୫ (୧୯.୬୯%) ପଜିଟିଭ୍‌ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ପରୀକ୍ଷା କରାଯାଇଥିବା ୨୧୬୧ଟି ନମୁନାରୁ ୩୧୩ (୧୪.୪୮%) ଜଣ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ ହେଉଛନ୍ତି ପଡ଼ୋଶୀ ଜିଲ୍ଲା ଓ ପଡ଼ୋଶୀ ରାଜ୍ୟର। ଏଥି ମଧ୍ୟରୁ ପଡ଼ୋଶୀ ଜିଲ୍ଲା ଝାରସୁଗୁଡ଼ାର ୧୫ ଜଣ ଆକ୍ରାନ୍ତ ଥିବାବେଳେ ସମ୍ବଲପୁରର ୧୩ଜଣ, ଦେବଗଡ଼ର ୨ଜଣ ଏବଂ ପଡ଼ୋଶୀ ଝାଡ଼ଖଣ୍ଡର ୨୫, ଛତିଶଗଡ଼ର ୪ ଜଣ। ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ରାଉରକେଲା ସହରାଞ୍ଚଳର।

ରାଉରକେଲାରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ସହରାଞ୍ଚଳରୁ ୭୯ ଜଣ, ଟାଙ୍ଗରପାଲି ବ୍ଲକରୁ ୬୯ଜଣ, ଲାଠିକଟାରୁ ୫୩ ଜଣ, ବିଶ୍ରାରୁ ୪୧ ଜଣ, କୁଆରମୁଣ୍ଡାରୁ ୩୭ଜଣ, ସବଡେଗାରୁ ୩୩ ଜଣ, ବାଲିଶଙ୍କରାରୁ ୨୮ ଜଣ, ଲେଫ୍ରିପଡ଼ାରୁ ୨୩ ଜଣ, ନୂଆଗାଁରୁ ୨୧ଜଣ, ବଡ଼ଗାଁରୁ ୧୭ ଜଣ, ହେମଗିରରୁ ୧୨ ଜଣ, ରାଜଗାଙ୍ଗପୁର ୧୧ ଜଣ, କୁତ୍ରାର ୧୧ ଜଣ, ଲହୁଣୀପଡ଼ାରୁ ୯ ଜଣ, କୋଇଡ଼ା ୭ ଜଣ, ଗୁରୁଣ୍ଡିଆରୁ ୪ ଜଣ ଓ ମଝାପଡ଼ାରୁ ୬୧ ଜଣ ଚିହ୍ନଟ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଜାନୁଆରିରୁ ଜୁନ ମାସ ଯାଏଁ ଏହିସଂଖ୍ୟା ଢେର୍‌ କମ୍‌ ରହିଥିଲା। ତେବେ ଗତ ଦୁଇମାସ, ଅର୍ଥାତ୍‌ ଜୁଲାଇ ଓ ଅଗଷ୍ଟରେ ରୋଗୀ ସଂଖ୍ୟା ଅଧିକ ବଢ଼ିଛି। ଗତ ଜୁଲାଇ ମାସରେ ୧୭୨ ଜଣ ଓ ଅଗଷ୍ଟ ୧୮ ତାରିଖ ସୁଦ୍ଧା ୩୪୦ ଜଣ ଚିହ୍ନଟ ହୋଇସାରିଲେଣି।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ