flood in subernarekha river ସୁବର୍ଣ୍ଣରେଖାରେ ପୁଣି ବନ୍ୟା ଭୟ

ସୁବର୍ଣ୍ଣରେଖାରେ ପୁଣି ବନ୍ୟା ଭୟ। ଲଗାଣ ବର୍ଷାରୁ ବଢିଚାଲିଛି ନଦୀର ଜଳସ୍ତର। ଦ୍ବିତୀୟ ବନ୍ୟା ଯିବାର ୧୪ ଦିନ ପୂରିନି ପୁଣି ତୃତୀୟ ବନ୍ୟା ଆଶଙ୍କା ଦେଖାଦେଲାଣି। ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜର ୬ଟି ଗେଟ୍ ଖୋଲାଯାଇଥିବାରୁ ନଦୀର ଜଳସ୍ତର ପୁଣି ବଢ଼ିଚାଲିଛି। ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ପୁଣି ଜଳମଗ୍ନ ହୋଇପାରେ।

ଗତ ବନ୍ୟାରେ ଅନେକ ଗାଁ, ରାସ୍ତା ଓ ଚାଷଜମି ପାଣି ଘେରରେ ରହିଥିଲା। ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା। ଏବେ ପାଣି କମିବା ଆରମ୍ଭ କରିଥିବା ବେଳେ ପୁଣି ନୂଆ ବନ୍ୟା ଆଶଙ୍କା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ସୁବର୍ଣ୍ଣରେଖା ବିପଦ ସଂକେତ ୧୦.୩୬ ମିଟର ଥିଲା ବେଳେ ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୮. ୮୪ ମିଟର ରହିଛି।

ଗୋଟିଏ ବନ୍ୟାର ପାଣି ସମ୍ପୂର୍ଣ୍ଣ ହଟିନଥିବା ବେଳେ ପୁଣି ଲୋକଙ୍କୁ ଘାରିଛି ଆଉ ଏକ ବନ୍ୟା ଭୟ। ଗୋଟିଏ ବନ୍ୟା କ୍ଷତିରୁ ଚାଷୀ ସଳଖ ହୋଇ ଛିଡ଼ା ହୋଇପାରିନଥିବାବେଳେ ପୁଣି ବନ୍ୟା ଆସିଲେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯିବ। ପୁଣି ବନ୍ୟା ଆସିଲେ ଘରଦ୍ୱାର, ରାସ୍ତାଘାଟ ଏବଂ ଚାଷଜମି ପ୍ରଭାବିତ ହେବା ଆଶଙ୍କା ରହିଛି। ନଦୀକୂଳ ଓ ତଳିଆ ଅଞ୍ଚଳର ଲୋକେ ଏବେଠାରୁ ସତର୍କ ହୋଇଛନ୍ତି।

  • Related Posts

    ୭ ଦିନ ବଢ଼ିଲା ଧାନ ପଞ୍ଜିକରଣ ଅବଧି

    ଭୁବନେଶ୍ବର : ଚାଷୀଙ୍କ ପାଇଁ ଖୁସି ଖବର । ଆହୁରି ସପ୍ତାହେ ବଢ଼ିଲା ଧାନ ପଞ୍ଜିକରଣ ଅବଧି। ଆଗଷ୍ଟ ୩୧ରେ ସରୁଥିବା ପଞ୍ଜିକରଣ ଅବଧି କୁ ୭ ଦିନ ଘୁଞ୍ଚାଇଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…

    Continue reading
    ମନ୍‌ କି ବାତ୍‌ରେ ଓଡ଼ିଶାର ମୈଥିଲି ଭୁଏ

    ଭୁବନେଶ୍ୱର: ୧୩୭ ତମ ମନ୍‌ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ବଡ଼ ବାର୍ତ୍ତା ଦେଇଛନ୍ତି । ଓଡ଼ିଶାର ମୈଥିଲି ଭୁଏଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡେବ୍ରିଗଡ଼ରେ କେନ୍ଦୁପତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ