ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ)  ଗୁରବୀର ସିଂଙ୍କ ଅବସର ଗ୍ରହଣ

ଭୁବନେଶ୍ୱର: ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁରବୀର ସିଂ ସେପ୍ଟେମ୍ବର ୩୦ ତାରିଖରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି  l  ଏହି ଅବସରରେ ଗତକାଲି ବିଭାଗର ବିଭିନ୍ନ ବରିଷ୍ଠ ଅଧିକାରୀ  ଏବଂ କର୍ମଚାରୀବୃନ୍ଦ ଶ୍ରୀଯୁକ୍ତ ସିଂ ଙ୍କୁ ସାକ୍ଷାତ କରି ତାଙ୍କର ଅବସରକାଳୀନ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ  l ସେହିପରି ଓଡ଼ିଶା ସୂଚନା ସେବା ସଂଘର କର୍ମକର୍ତ୍ତା ତଥା ଅଧିକାରୀମାନେ ମଧ୍ୟ ଅବସର ଗ୍ରହଣ କରିଥିବା ନିର୍ଦ୍ଦେଶକ (ବୈଷୟିକ ) ଶ୍ରୀଯୁକ୍ତ ସିଂ ଙ୍କୁ  ସୌଜନ୍ୟମୂଳକ ସାକ୍ଷାତ କରି ଅବସରକାଳୀନ ଜୀବନର ଶୁଭେଚ୍ଛା ଜଣାଇଥିଲେ ।
ଶ୍ରୀଯୁକ୍ତ ସିଂ, ଚାକିରୀ ଜୀବନ ଆରମ୍ଭ ଠାରୁ ଅବସର ଗ୍ରହଣ ପର୍ଯ୍ୟନ୍ତ ତାଙ୍କର ଅନୁଭୂତି ଓ ଅଭିଜ୍ଞତା ପ୍ରକାଶ କରି କାର୍ଯ୍ୟରତ ସୂଚନା ସେବା ଅଧିକାରୀମାନଙ୍କୁ  ବିଭିନ୍ନ ପରାମର୍ଶ  ଦେଇଥିଲେ । ରାଜ୍ୟ ସଦର ମହକୁମା,  ବିଭିନ୍ନ ଜିଲ୍ଲା ଏବଂ ବିଭାଗରେ  କାର୍ଯ୍ୟରତ  ଲୋକସଂପର୍କ ଅଧିକାରୀମାନଙ୍କୁ ଏକାଗ୍ରତା, ଦୃଢ ମନା ଏବଂ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ ପାଇଁ ସେ  ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ  l ଅଧିକାରୀମାନଙ୍କୁ ଭଲ କାମ କରି ନିଜ ନିଜର ସ୍ୱତନ୍ତ୍ର ପରିଚୟ ମାଧ୍ୟମରେ  ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ  l ତାଙ୍କର କାର୍ଯ୍ୟକାଳ ସମୟରେ ସେ ବିଭିନ୍ନ ଉଲ୍ଲେଖନୀୟ ଓ ଆହ୍ୱାନମୂଳକ କାର୍ଯ୍ୟ  ସମ୍ପର୍କରେ  ଆଲୋକପାତ କରିଥିଲେ l  ଶ୍ରୀଯୁକ୍ତ ସିଂ ଓଡ଼ିଶା ସୂଚନା ସେବାର ଜଣେ ଦକ୍ଷ, ଅଭିଜ୍ଞ ଓ ପାରଦର୍ଶୀ ଅଧିକାରୀ ଭାବେ ବିଭିନ୍ନ ମହଲରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ l
 ପ୍ରକାଶ ଥାଉକି,  ଶ୍ରୀଯୁକ୍ତ ସିଂ ୧୯୯୪ ମସିହାରୁ ସୂଚନା ଓ ଲୋକ ସଂପର୍କ  ବିଭାଗରେ ନିଯୁକ୍ତି ପରେ , ପ୍ରଥମେ ଜୟପୁର (କୋରାପୁଟ ) ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ପରେ ପରେ ଅନ୍ୟ ବିଭିନ୍ନ ଉପଖଣ୍ଡରେ ଲୋକ ସଂପର୍କ ଅଧିକାରୀ ସହ  ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ପୁରୀ ଆଦି ଜିଲ୍ଲାରେ ଲୋକ ସମ୍ପର୍କ ଅଧିକାରୀ, ଦକ୍ଷିଣାଂଚଳ ଡିଭିଜନ ଉପନିର୍ଦ୍ଦେଶକ(ଲୋକ ସଂପର୍କ) ଭାବେ କାର୍ଯ୍ୟ କରିବା  ସହିତ  ପଦନ୍ନୋତି ପରେ ଶେଷରେ ନିର୍ଦ୍ଦେଶକ ( ବୈଷୟିକ ) ଭାବେ ବିଭାଗୀୟ ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଥିଲେ  l

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ