ସୋଆ ଆଇବିସିଏସ୍ ପକ୍ଷରୁ ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ ଦେବା ବିଷୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ଆୟୋଜିତ ଏକ ଦୁଇ ଦିନିଆ ଉଦ୍ୟୋଗୀକରଣ ବିକାଶ କାର୍ଯ୍ୟକ୍ରମ ଶନିବାର ଉଦ୍ୟାପିତ ହୋଇଯାଇଛି ।
କାର୍ଯ୍ୟକ୍ରମକୁ ଷ୍ଟାର୍ଟ ଅପ୍ ଉପଦେଷ୍ଟା ଡକ୍ଟର ମନୀଷା ଆଚାର୍ଯ୍ୟ ଉଦ୍ଘାଟନ କରି ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ଉଦ୍ୟୋଗୀକରଣର ଭୂମିକା ଉପରେ ଆଲୋକପାତ କରିଥିଲେ ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଆଇଟି କାନ୍ପୁରର ପୂର୍ବତନ ପ୍ରଫେସର ଅସୀମା ପ୍ରଧାନ, ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇବିସିଏସ୍ର ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ ।
ଆଇବିସିଏସ୍ର ଫ୍ୟାକଲ୍ଟି ଏବଂ କର୍ମକର୍ତା, ବିଭିନ୍ନ ଷ୍ଟାର୍ଟ ଅପ୍ର ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ପ୍ରଫେସର ଅସୀମା ପ୍ରଧାନ ଉଦ୍ୟୋଗୀକରଣ କ୍ଷେତ୍ରରେ ସରକାରଙ୍କର ବିଭିନ୍ନ ନୀତି ଓ ଯୋଜନା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ପ୍ରଫେସର ନନ୍ଦ ଜ୍ଞାନ ଆହରଣର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।
ବର୍ତମାନର ପ୍ରତିଯୋଗିତାମୂଳକ ଦୁନିଆରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।
ବ୍ୟକ୍ତିଗତ ଏବଂ ବୃତିଗତ ସଫଳତା ହାସଲ ନିମନ୍ତେ ଜୀବନରେ ଶୃଙ୍ଖଳାର ଗୁରୁତ୍ୱ ଉପରେ ପ୍ରଫେସର ମହାନ୍ତି ଆଲୋକପାତ କରିଥିବା ବେଳେ ପ୍ରଫେସର ଦାସ ଶୃଙ୍ଖଳା, ଏକାଗ୍ରତା ଏବଂ ଉତ୍ସର୍ଗୀକୃତ ମନୋଭାବ ଉପରେ ଗୁରୁତ୍ୱ ଦେଇଥିଲେ ।
କାର୍ଯ୍ୟକ୍ରମରେ ଏସ୍ଟିପିଆଇ, ଭୁବନେଶ୍ୱରର ସିଓଓ ଶ୍ରୀମତି ପୁରବୀ ମିଶ୍ର ଏବଂ ସ୍କାଏ ସ୍କିଲ୍ ଏକାଡେମୀର ନିଦେ୍ର୍ଧଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ପଣ୍ଡାଙ୍କ ଭଳି ଅନୁଭୂତି ସମ୍ପନ୍ନ ଉଦ୍ୟୋଗୀ ଏବଂ ଶିଳ୍ପ ବିଶେଷଜ୍ଞ ଆଲୋଚନା କରିଥିଲେ ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦହିବରା ଏକ୍ସପ୍ରେସ୍ର ପରିଚାଳନା ନିଦେ୍ର୍ଧଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୋ÷ରଭ ଶୁକ୍ଳା ଯୋଗ ଦେଇ ବ୍ୟବସାୟ ନିମନ୍ତେ ବିନିଯୋଗ ଏବଂ ଆଇନଗତ ଦିଗ ଉପରେ ଆଲୋକପାତ କରିଥିଲେ । ସେହିପରି ଏସଏଚଆରଏମ୍, ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡକ୍ଟର କଳ୍ପନା ସାହୁ ନେତୃତ୍ୱ ଗଠନ ଏବଂ ପରିଚାଳନା ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ନେଜଲର ଟେକ୍ନୋଲଜିସ ଏଲ୍ଏଲପିର ସହଯୋଗୀ ଏବଂ ପ୍ରତିଷ୍ଠାତା ଓ ୱଜକୁର ମାର୍କେଟିଂ ମୁଖ୍ୟ ଶ୍ରୀ ଗୋ÷ରବ ଅଗ୍ରୱାଲ୍ ମାର୍କେଟିଂ ଏବଂ ବ୍ରାଣ୍ଡିଂ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଉଦ୍ୟାପନୀ କାର୍ଯ୍ୟକ୍ରମରେ ପିପୁଲ୍ ହୋଟେଲ୍ସ ଆଣ୍ଡ ରିସର୍ଟସ୍ର ସିଇଓ ଶ୍ରୀ ସୁବ୍ରତ ଦାଶ ଏବଂ ଦ ସାଇନ ୍ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ସୀତାଂଶୁ ମିଶ୍ର ଏବଂ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଯୋଗ ଦେଇଥିଲେ । ଇଡିପିର କୋଅର୍ଡିନେଟର ଡକ୍ଟର ସୋ÷ମ୍ୟା ମିଶ୍ର ଏବଂ ଡକ୍ଟର ଆଶିଷ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Posts

ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

Continue reading
ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ