ସୋଆରେ ଆଇଇଇଇର ଷ୍ଟୁଡେଂଟ ବ୍ରାଂଚ ଓ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର ୨୧/୧୦: ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃତିଗତ, ବୈଷୟିକ ଏବଂ ଗବେଷଣାତ୍ମକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ)ର ଷ୍ଟୁଡେଂଟ ବ୍ରାଂଚ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ନିକଟରେ ଉଦ୍‌ଘାଟିତ ହୋଇଯାଇଛି । ସେହିପରି ଆଇଇଇଇ କମ୍ପ୍ୟୁଟର ସୋସାଇଟିର ସୋଆ ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ମଧ୍ୟ ଏହି ଅବସରରେ ଆରମ୍ଭ କରାଯାଇଛି । ଏଥି ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର ଯୁଗ୍ମ ସମ୍ପାଦକ ଓ ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚର କାଉନ୍‌ସିଲର ପ୍ରଫେସର ରେଣୁ ଶର୍ମା ଏହି ଶାଖା ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଆଇଟିଇଆରର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଥିବା ପ୍ରଫେସର ଶର୍ମା ଏହି ଶାଖା ପ୍ରତିଷ୍ଠା ହେବା ଦ୍ୱାରା ନବୀକରଣ, ସହଭାଗିତା ଏବଂ ନେତୃତ୍ୱ ବିକାଶ କ୍ଷେତ୍ରରେ ବିଶ୍ୱ ଦରବାରରେ ଛାତ୍ରଛାତ୍ରୀଙ୍କୁ ନୂତନ ସୁଯୋଗ ପ୍ରଦାନ କରିବ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟରେ ଆଇଇଇଇର କାର୍ଯ୍ୟକଳାପକୁ ପରିଚାଳନା କରୁଥିବା ସଂଯୋଜକ ଏବଂ ଛାତ୍ରଛତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନେ ଗବେଷଣା, ବୃତିଗତ ଉନ୍ନତି ଏବଂ ବିଭିନ୍ନ କ୍ଷେତ୍ରରେ ଇଞ୍ଜିନିୟରିଂ କୌଶଳ ବ୍ୟବହାର କରି ସମାଧାନରେ ଉପନୀତ ହେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର କୋଷାଧ୍ୟକ୍ଷ ତଥା ଆଇଆଇଟି ଭୁବନେଶ୍ୱରର ଆସୋସିଏଟ ପ୍ରଫେସର ଡି.ପି ଡୋଗ୍ରା, ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର ଉପଦେଷ୍ଟା ତଥା ଆଇଇଇଇ ଭୁବନେଶ୍ୱର ଉପଶାଖାର ପୂର୍ବତନ ଚେୟାର ଶ୍ରୀ ହରେକୃଷ୍ଣ ରଥ, ଆଇଇଇଇ ଭୁବନେଶ୍ୱର ଶାଖାର ଉପଦେଷ୍ଟା ତଥା ସିପିଆରଆଇର ପୂର୍ବତନ ମହାନିର୍ଦ୍ଦେଶକ ଏବଂ ଭେଲ୍‌ର ଜେନେରାଲ ମ୍ୟାନେଜର ପ୍ରଫେସର ଏ.କେ. ତ୍ରିପାଠୀ, ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର ଭାଇସ୍ ଚେୟାର ଏବଂ କିଟ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ପ୍ରଫେସର ତଥା ନିର୍ଦ୍ଦେଶକ ପ୍ରଫେସର ଚିନ୍ମୟ କୁମାର ପାଣିଗ୍ରାହୀ, ଆଇଇଇଇ ଭୁବନେଶ୍ୱର ଅନୁଚ୍ଛେଦର ଚେୟାର (ଏସ୍‌ଏସି) ଏବଂ ସିଲିକନ୍ ବିଶ୍ୱବିଦ୍ୟାଳୟର ଇଇଇ ବିଭାଗର ପ୍ରଫେସର ପ୍ରତାପ ରଞ୍ଜନ ମହାନ୍ତି ବକ୍ତବ୍ୟ ରଖିଥିଲେ ।
ପ୍ରଫେସର ଡୋଗ୍ରା ଶିକ୍ଷା ଏବଂ ଶିଳ୍ପକୁ ନବୀକରଣ ଓ ସହଭାଗିତାମୂଳକ ପ୍ରକଳ୍ପ ମାଧ୍ୟମରେ ଯୋଡ଼ିବାରେ ଆଇଇଇଇର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ବେଳେ ଶ୍ରୀ ରଥ ଡିଆର୍‌ଡିଓରେ ତାଙ୍କ କାର୍ଯ୍ୟକାଳର ଅଭିଜ୍ଞତା ସମ୍ପର୍କରେ ବଖାଣି ବୃତିଗତ ନୈତିକତା, ଦଳଗତ କାର୍ଯ୍ୟ ଏବଂ ଭବିଷ୍ୟତର ଇଞ୍ଜିନିୟରଙ୍କ ମଧ୍ୟରେ ବୈଷୟିକ ଉତ୍କର୍ଷତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଫେସର ରଥ ଛାତ୍ରଛାତ୍ରୀମାନେ ଆଇଇଇଇକୁ ଅଧିକ ବ୍ୟବହାର କରି କାର୍ଯ୍ୟକରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ ।
ପ୍ରଫେସର ପାଣିଗ୍ରାହୀ ଗବେଷଣା ଏବଂ ଜ୍ଞାନର ଆଦାନପ୍ରଦାନ କ୍ଷେତ୍ରରେ ଆଇଇଇଇ ପକ୍ଷରୁ ପ୍ରଦାନ କରାଯାଉଥିôବା ସୁଯୋଗ ଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦେଇଥିôବା ବେଳେ ପ୍ରଫେସର ମହାନ୍ତି ଆଇଇଇଇ କାର୍ଯ୍ୟକ୍ରମରେ ସୋଆ ଛାତ୍ରଛାତ୍ରୀଙ୍କର ପ୍ରତ୍ୟକ୍ଷ ଯୋଗଦାନକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟର ସଂପ୍ରସାରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଇଇଇଇ ଭୁବନେଶ୍ୱର କମ୍ପ୍ୟୁଟର ସୋସାଇଟି ଚାପ୍ଟରର ଭାଇସ୍ ଚେୟାର ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚ ଚାପ୍ଟରର ଉପଦେଷ୍ଟା ତଥା ଆଇଟିଇଆରର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆଇଇଇଇ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟରର ଲକ୍ଷ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ ଏହି ପ୍ଲାଟଫର୍ମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଏଆଇ, ସାଇବର ସିକ୍ୟୁରିଟି ଏବଂ ଡାଟା ସାଇନ୍ସ ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳରେ ମିଳିବା କରିବା ସହ ନେତୃତ୍ୱ ନେବାରେ ସହାୟକ ହେବ ।
ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚର ଉପଦେଷ୍ଟା ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ମନୋଜ କୁମାର ଦେବନାଥ ଏବଂ ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚ, ସେଂଟର ଫର ସାଇବର ସିକ୍ୟୁରିଟିର ଉପଦେଷ୍ଟା ପ୍ରଫେସର ଭାରତ ଜେ. ଆର. ସାହୁ ମଧ୍ୟ ବକ୍ତବ୍ୟ ରଖିବା ସହ ଆଇଇଇଇ ଦ୍ୱାରା କିଭଳି ଦଳଗତ କାର୍ଯ୍ୟ, ଗବେଷଣା ଏବଂ ବୃତିଗତ ଉନ୍ନତି ସହଜ ହୋଇପାରୁଛି ସେ ବିଷୟରେ ମତ ରଖିଥିଲେ । ଆଇଇଇଇ ସୋଆ ଷ୍ଟୁଡେଂଟ ବ୍ରାଂଚ ଏବଂ ଆଇଇଇଇ କମ୍ପ୍ୟୁଟର ସୋସାଇଟି ସୋଆ ଷ୍ଟୁଡେଂଟ ବ୍ରାଂଚ ଚାପ୍ଟରର ଚେୟାର ଶ୍ରୀ ମନୀଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

Continue reading
ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ