ସୌମ୍ୟ ହତ୍ୟା ଘଟଣା​‌ରେ ସମସ୍ତ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ଚିହ୍ନଟ ହେଲେ ସବୁ ଅଭିଯୁକ୍ତ। ସିସିଟିଭିରୁ ଚିହ୍ନଟ ହେଲେ ସମସ୍ତ ଅଭିଯୁକ୍ତ। ଏ ନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର। କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ଯେ, ବାଲିଅନ୍ତା ବର୍ବର କାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଶେଷ ହୋଇଛି। ସିସିଟିଭି ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ନେଇ ସୂଚନା ମିଳିଛି। କ୍ରାଇମବ୍ରାଞ୍ଚର ଫୋକସରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା।ତେବେ ସମସ୍ତ ଅଭିଯୁକ୍ତ ଚିହ୍ନଟ ହୋଇ ସାରିଥିଲେ ମଧ୍ୟ ଏବେ କ୍ରାଇମବ୍ରାଞ୍ଚ ସମ୍ମୁଖରେ ରହିଛି ୪ଟି ମୁଖ୍ୟ ଚ୍ୟାଲେଞ୍ଜ। ପ୍ରଥମ ଚ୍ୟାଲେଞ୍ଜ ତଦନ୍ତର ଗୁଣବତ୍ତା ବନାମ ଜନଅସନ୍ତୋଷ।
ଡିଜି ସ୍ପଷ୍ଟ କରିଛନ୍ତି ଯେ ତଦନ୍ତକୁ ନିଖୁଣ ଓ ପ୍ରମାଣଭିତ୍ତିକ କରିବା ପାଇଁ ସମୟ ଲାଗୁଛି। ଯେପରି କୋର୍ଟରେ କୌଣସି ପ୍ରଶ୍ନ ନଉଠେ। କିନ୍ତୁ ଅନ୍ୟପଟେ, ଲୋକଙ୍କ ମଧ୍ୟରେ ଥିବା ଆକ୍ରୋଶ ଏବଂ ତୁରନ୍ତ ନ୍ୟାୟ ଦାବି ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରି କାମ କରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ଦ୍ବିତୀୟ ଚ୍ୟାଲେଞ୍ଜ ଅଭିଯୁକ୍ତଙ୍କୁ ଗିରଫ କରିବା। ଭିଡିଓରୁ ଚିହ୍ନଟ କରିବା କେବଳ ପ୍ରଥମ ପଦକ୍ଷେପ। ଯଦି ଅଭିଯୁକ୍ତମାନେ ଫେରାର ଅଛନ୍ତି, ରାଜ୍ୟ ବାହାରକୁ ପଳାଇଛନ୍ତି କିମ୍ବା ସ୍ଥାନୀୟ ସ୍ତରରେ କାହାର ସହଯୋଗ ପାଉଛନ୍ତି, ତେବେ ସେମାନଙ୍କୁ ଖୋଜି ବାହାର କରିବା ଏବଂ ଗିରଫ କରିବା ପାଇଁ ବ୍ୟାପକ ସମନ୍ୱୟର ଆବଶ୍ୟକତା ରହିଛି। ତୃତୀୟ ଚ୍ୟାଲେଞ୍ଜ ପରିବାରର ଦାବି ଓ ସୀମିତ ତଦନ୍ତ ପରିସର। ଡିଜି କହିଛନ୍ତି ପରିବାରର ଅଭିଯୋଗ କ୍ରାଇମବ୍ରାଞ୍ଚର ପରିସରଭୁକ୍ତ ନୁହେଁ। ଏହି ନିଷ୍ପତ୍ତି ଯୋଗୁଁ ଆଗକୁ ପୀଡ଼ିତ ପରିବାର ଏବଂ ତଦନ୍ତକାରୀ ସଂସ୍ଥା ମଧ୍ୟରେ ଅସନ୍ତୋଷ ବଢ଼ିପାରେ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଅପରାଧିକ ମାମଲାର ତଦନ୍ତ କରୁଥିବା ବେଳେ କମିଶନରେଟ୍ ପୋଲିସ ନିଜ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ କରୁଛି। ଦୁଇଟିଯାକ ତଦନ୍ତ ପ୍ରକ୍ରିୟା ମଧ୍ୟରେ ଉଚିତ୍ ସମନ୍ୱୟ ରକ୍ଷା କରିବା ଏବଂ କୌଣସି ପ୍ରମାଣ ନଷ୍ଟ ନହେବା ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କ୍ରାଇମବ୍ରାଞ୍ଚ ଡିଜି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ