ସୌମ୍ୟ ହତ୍ୟା ଘଟଣା:୨ ଯୁବତୀଙ୍କ ଗିରଫ ଦାବି

ଭୁବନେଶ୍ୱର : ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା। ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ଘଟଣା ଓ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ପ୍ରଥମେ ପୀଡିତାଙ୍କ ବୟାନ ସାମ୍ନାକୁ ଆସିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ମୃତ ସୌମ୍ୟଙ୍କ ସାଙ୍ଗ। ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ସୌମ୍ୟ ଆଦୌ ନିଶା କରନ୍ତି ନାହିଁ। ଆମକୁ ମଧ୍ୟ ବାରଣ କରନ୍ତି। ସମସ୍ତଙ୍କୁ ସବୁବେଳେ ସାହାଯ୍ୟ, ସହଯୋଗ କରନ୍ତି। ୨ ଯୁବତୀଙ୍କୁ ଗିରଫ କରାଯାଉ। ସେମାନେ ମିଛ କହୁଛନ୍ତି। ପୁଲିସର ବ୍ୟବସ୍ଥା ସଠିକ ନଥିଲା ବୋଲି ମଧ୍ୟ ସେ କହିଛନ୍ତି।

ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଏକ ଅମାନୁଷିକ ହତ୍ୟାକାଣ୍ଡ ଘଟିଛି। କଟକ ରେଳବାଇରେ କନଷ୍ଟେବଳ ଭାବେ କାର୍ୟ୍ୟରତ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରି ଦେଇଛନ୍ତି। ତାଙ୍କର ହାତଗୋଡ଼ ବାନ୍ଧି ପଶୁ ଭଳି ନୃଶଂସ ଭାବେ ମାଡ଼ ମାରିବାରୁ ତାଙ୍କର ପ୍ରାଣ ଚାଲିଯାଇଛି। ବଡ଼କଥା ହେଉଛି ଘଟଣା ସମୟରେ ପୁଲିସ ଉପସ୍ଥିତ ଥିବା ସତ୍ତ୍ବେ କେବଳ ଦେଖଣାହାରୀ ସାଜିଥିବା ଅଭିଯୋଗ ହୋଇଛି।

ବାଲିଅନ୍ତା ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ବଡ ଖବର ସାମ୍ନାକୁ ଆସୁଛି। ଟ୍ରକରେ ମେଡିକାଲ ଯାଇଥିଲେ ସୌମ୍ୟରଞ୍ଜନ। ଆମ୍ବୁଲାନ୍ସ ବଦଳରେ ଗୁରୁତର ସୌମ୍ୟଙ୍କୁ ଟ୍ରକରେ ମେଡିକାଲ ନିଆଯାଇଥିଲା। ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦୃଶ୍ୟରେ ସୌମ୍ୟ ଟ୍ରକରେ ଯାଉଥିବା ରେକର୍ଡ ହୋଇଛି। ଆଗରେ ପିସିଆର ଭ୍ୟାନ ଓ ପଛରେ ଟ୍ରକରେ ସୌମ୍ୟ ଯାଉଥିବା ଦେଖାଯାଇଛି। ଆମ୍ବୁଲାନ୍ସରେ ନିଆଯାଇନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି।

ସୂଚନାଯୋଗ୍ୟ, ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ସ୍ପେଶାଲ୍ ଟିମ୍। ଗତକାଲି ବିଳମ୍ବିତ ରାତି ପର୍ୟ୍ୟନ୍ତ ଥାନା ବାହାରେ ହୋହଲ୍ଲା କରିଥିଲେ ମୃତ ସୌମ୍ୟ ରଞ୍ଜନଙ୍କ ପରିବାର ଓ ଗାଁଲୋକ। ସେପଟେ ଏଭଳି ଭିଡ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ସତର୍କ ରହିବାକୁ ପୋଲିସ ପ୍ରଶାସନକୁ ପରାମର୍ଶ ଦେବା ସହିତ ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତରମ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

  • Related Posts

    ବୋର୍ଡ ଅଫ୍ ରେଭିନ୍ୟୁର ନିର୍ମାଣଧୀନ ଛାତରୁ ଖସି ଶ୍ରମିକ ମୃତ

    କଟକ: ବୋର୍ଡ ଅଫ୍ ରେଭିନ୍ୟୁର ନିର୍ମାଣଧୀନ ବିଲ୍ଡିଙ୍ଗ ଲିଫ୍ଟ କାମ ଚାଲୁଥିବା ବେଳେ ଛାତ ଉପରୁ ଖସିପଡି ଶ୍ରମିକ ମୃତ। ଶ୍ରମିକ ଜଣକ କୌଣସି କାରଣବଶତଃ ଛାତ ଉପରୁ ଖସିପଡି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କୁ…

    Continue reading
    ବାଲିଅନ୍ତା ପରେ ବାଲିପାଟଣାରେ ବାଡେଇ ବାଡେଇ ମାରିଦେଲେ

    ଭୁବନେଶ୍ୱର: ବାଲିଅନ୍ତାରେ ଲୋକମାନ ଗତକାଲି ଜଣଙ୍କୁ ବାଡେଇ ବାଡେଇ ମାରି ଦେଇଥିଲେ, ଆଜି ବାଲିପାଟଣାରେ ଆଉଜଣଙ୍କୁ ବାଡେଇ ବାଡେଇ ମାରିଦେଲେ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ