ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ଝାରସୁଗୁଡ଼ା: ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ। ସ୍ୱାମୀକୁ ଅଟକ ରଖିଛି ପୁଲିସ। ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଂଶାମୁରା କଣ୍ଟାପାଲିର ଘୁନଘୁଟି ପଡ଼ାରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ସୌଦାମିନୀ କିସାନ (୨୭)। ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀଙ୍କ ନାଁ ରାହୁଲ ବାଘ (୨୮)।ଗତକାଲି ରାତିରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ରାହୁଲ ଏକ ଠେଙ୍ଗାରେ ସୌଦାମିନୀଙ୍କୁ ପିଟି ପିଟି ମାରି ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାସ୍ଥଳରେ ଯାଞ୍ଚ କରିଥିଲା। ପୁଲିସ ଅଭିଯୁକ୍ତ ରାହୁଲ ବାଘଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୌଦାମିନୀଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି ଯେ ୨ ବର୍ଷ ହେଲାଣି ରାହୁଲଙ୍କର ଆଉ ଜଣେ ମହିଳାଙ୍କ ସହିତ ସଂପର୍କ ଅଛି। ତାଙ୍କର ଏହି ପରକୀୟା ପ୍ରୀତି ସଂପର୍କରେ ସୌଦାମିନୀ ଜାଣିଥିଲେ। ତେଣୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଗତକାଲି ରାତିରେ ମଧ୍ୟ ଏହି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ରାହୁଲ ଠେଙ୍ଗାରେ ସୌଦାମିନୀଙ୍କୁ ପିଟି ପିଟି ମାରି ଦେଇଥିଲେ।

  • Related Posts

    ମା ରମ୍ଭାଦେବୀଙ୍କ ଯାତ୍ରା,ବହୁ ଶ୍ରଦ୍ଧାଳୁଙ୍କ ସମାଗମ

    ଦେବଗଡ଼:ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ବାସୁଦେବପୁର ଗ୍ରାମରେ ମାଆ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି।ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଜାତି ଧର୍ମ ନିର୍ବିଶେଷରେ ବହୁ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା।ସୂଚନା ଅନୁଯାୟୀ,ଅରଣ୍ୟବେଷ୍ଟିତ ପାହାଡ ଗୁମ୍ଫାରେ ମା ପୂଜା…

    Continue reading
    ପେପର୍ ଲିକ୍ ଘଟଣା: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

    ଦେବଗଡ଼:ନିଟ ଓ ସିବିଏସଇ ପେପର୍ ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିବା ସହ ତାଙ୍କର ଇସ୍ତଫା ଦାବି କରିଛି କଂଗ୍ରେସ। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ