ସ୍ତ୍ରୀକୁ ପିଟିପିଟି ମାରିଦେବା ପରେ ଆତ୍ମହତ୍ୟା କଲା ସ୍ଵାମୀ

କରଞ୍ଜିଆ : ଘରୋଇ କଳହର କରୁଣ ପରିଣତି। ସ୍ତ୍ରୀକୁ ପିଟିପିଟି ମାରିଦେବା ପରେ ଆତ୍ମହତ୍ୟା କଲା ସ୍ଵାମୀ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁ ମୁଣ୍ଡ ଜଙ୍ଗଲରୁ ପୁଲିସ ଅଭିଯୁକ୍ତ ସ୍ଵାମୀର ମୃତଦେହ ଉଦ୍ଧାର କରିଛି।

ସୂଚନାନୁଯାୟୀ, ଗତ ୨୭ ତାରିଖ ଦିନ ବାଲିଭୋଳ ଗାଁର ଚନ୍ଦ୍ର ଟୁଡୁଙ୍କ ସହ ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ରାଣୀ ଟୁଡୁଙ୍କର କୌଣସି କାରଣ ଯୋଗୁଁ କଳହ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଚନ୍ଦ୍ର ଜ୍ୟୋତ୍ସ୍ନାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସ୍ତ୍ରୀର ମୃତ୍ୟୁ ହେବା ଜାଣି କେଉଁଆଡ଼େ ପଳାଇଥିଲେ। ଶନିବାର ସକାଳେ ଗାଁ ନିକଟସ୍ଥ ଜଙ୍ଗଲରୁ ଚନ୍ଦ୍ରଙ୍କର ମୃତଦେହ ଉଦ୍ଧାର ହୋଇଛି। ସ୍ତ୍ରୀକୁ ପିଟିପିଟି ହତ୍ୟା କରିବା ପରେ ଚନ୍ଦ୍ର ଜଙ୍ଗଲକୁ ଯାଇ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଆଜି ସ୍ୱାମୀ ଚନ୍ଦ୍ର ଟୁଡୁର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ପରେ କରଞ୍ଜିଆ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

  • Related Posts

    ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ

    କଟକ ୪।୬: ଏସ୍‌ସିବି ପିଛା ଛାଡ଼ୁନି ଅଗ୍ନିକାଣ୍ଡ । କଟକ ଏସ୍‌ସିବି ମେଡ଼ିକାଲରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡରେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ୱାର୍ଡ ଭିତରେ ଥିବା…

    Continue reading
    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ