ସ୍ତ୍ରୀକୁ ପିଟିପିଟି ହତ୍ୟା

ବାଙ୍ଗିରିପୋଷି:ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଲାମୁଣ୍ଡାକଟା ପଞ୍ଚାୟତ ସିମିଳା ଗାଁରେ ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା। ମୃତ ମହିଳା ଜଣକ ହେଉଛନ୍ତି କୁନି ମୁଣ୍ଡା (୩୬) ଏବଂ ଅଭିଯୁକ୍ତ ସ୍ୱାମୀ ଦୋରା ମୁଣ୍ଡା(୪୪) ବୋଲି ଜଣାପଡ଼ିଛି ।

ଦୋରା ମୁଣ୍ଡା ତାଙ୍କ ସ୍ତ୍ରୀଙ୍କୁ ୫/୬ ଦିନ ତଳେ ନିସ୍ତୁକ ମାଡ଼ ମାରିଥିଲେ ଏବଂ ଘରୁ ଫେରାର ହୋଇ ଯାଇଥିଲେ । କୁନିକୁ ମୁର୍ମୂଷୁ ଅବସ୍ଥାରେ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକେ ଉନ୍ନତି ହେବାରୁ ପୁଅ ଘରକୁ ନେଇ ଆସିଥିଲେ । ତେବେ ଘରେ ଗତକାଲି କୁନି ମୁଣ୍ଡାର ମୃତ୍ୟୁ ହୋଇଛି । ମୃତକଙ୍କ ପୁଅ ପାଖରୁ ଖବର ପାଇ ବାଙ୍ଗିରିପୋଷି ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ସହ ଏସଆଇ ସସ୍ମିତା ସାମଲ, ଏଏସଆଇ ବିଶ୍ୱରଞ୍ଜନ ପରିଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଦୋରା ଫେରାର ହୋଇ ଯାଇଥିବା ବେଳେ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବାରିପଦା ପି ଆରଏମ ମେଡିକାଲକୁ ପଠାଇଛି ।

  • Related Posts

    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading
    ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

    କଟକ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। କଟକ ନେମାଳ ଥାନା ସହଦେବପୁର ଗାଁର ଶୈଳେନ୍ଦ୍ର ମଳିକ ଗତକାଲି ବିଳମ୍ବିତ ରାତି ୨ଟା ରେ ସ୍ତ୍ରୀ ରୋଜାଲିନକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି । ସୂଚନା ମୁତାବକ ସ୍ୱାମୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ