ସ୍ନାନଯାତ୍ରା: ଭୋର୍‌ ୫ରୁ ପହଣ୍ଡି

ପୁରୀ: ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ଭକ୍ତ ସମ୍ମୁଖରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବେ। ଏଥିପାଇଁ ସ୍ନାନମଣ୍ଡପକୁ ରଙ୍ଗ ଦେଇ ସୁସଜ୍ଜିତ କରାଯାଇଛି। ଭକ୍ତମାନଙ୍କ ଲାଗି ସ୍ନାନଯାତ୍ରା ଦେଖିବା ପାଇଁ ଏଥର ମାର୍କେଟ୍‌ ଛକ ନିକଟରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଯେପରି ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପର୍ଯ୍ୟନ୍ତ ଖରାରେ ଆଉଟୁ ପାଉଟୁ ନହୁଅନ୍ତି ଏବଂ ବର୍ଷାରେ ନ ଭିଜନ୍ତି ସେଥିଲାଗି ସ୍ବତନ୍ତ୍ର ବ୍ୟାରିକେଡ୍‌ ସହ ଛାମୁଡ଼ିଆ ବନ୍ଦୋବସ୍ତ କରାଯାଉଛି।
ସେହିପରି ଭକ୍ତମାନେ ଦୀର୍ଘବାଟ ଅତିକ୍ରାନ୍ତ କରି ମହାପ୍ରଭୁଙ୍କ ଏହି ଦିବ୍ୟ ଦୁର୍ଲଭ ଦର୍ଶନରୁ ବଞ୍ଚିତ ନ ହେବା ଲାଗି ନୀତିକାନ୍ତିକୁ ଶୃଙ୍ଖଳିତ କରିବାକୁ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ସଅଳ ନୀତି କରାଯିବା ପରେ ବଡ଼ସିଂହାର ଭୋଗ ଓ ପହୁଡ଼ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ କରାଯିବ। ରାତି ୧୨ଟା ପରେ ବାହୁଟ କଣ୍ଟ କରାଯିବ। ବିଳମ୍ବିତ ରାତିରେ କୋଠ ସୁଆଁସିଆଁମାନେ ଚାର ବାନ୍ଧିବାକୁ ପ୍ରବେଶ କରିବେ। କୋଠ ସୁଆଁସିଆ ବାହାରିବା ପରେ ୨୮ ତାରିଖ ଭୋର୍‌ରୁ ଦଇତାପତି ସେବକମାନେ ସେନାପଟା ଲାଗି ପାଇଁ ପ୍ରବେଶ କରିବେ। ପୂର୍ବାହ୍ଣ ସୁଦ୍ଧା ସେନାପଟା ଲାଗି ହେବା ପରେ ଅନ୍ୟ ନୀତି ବଢ଼ି ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପାଦିତ ହେବ।

  • Related Posts

    ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ

    ଭୁବନେଶ୍ୱର: ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା ‘ଆମ ବସ’ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମ ବସ୍‌ର ପୁଣି ଆତଙ୍କ । ମଞ୍ଚେଶ୍ୱର ଅଞ୍ଚଳରେ ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ। ସ୍କୁଲ ସାରି…

    Continue reading
    ତାମିଲନାଡୁ ଗ୍ୟାସ ଲିକ୍‌ ଅଘଟଣ : ସୁରକ୍ଷିତ ଫେରିଲେ ୬୨ ଓଡ଼ିଆ ଶ୍ରମିକ

    ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ପରେ ଭୟ ଓ ଅନିଶ୍ଚିତତା ମଧ୍ୟରେ ରହିଥିବା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ରାଜ୍ୟକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ସରକାର। ଚେନ୍ନାଇରୁ ଟ୍ରେନ୍‌ ଯୋଗେ ୬୨ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକ ଆଜି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ