‘ହଁ! ଆମେ ଟିବିକୁ ସମାପ୍ତ କରିପାରିବା! ଦେଶର ନେତୃତ୍ବ ନାଗରିକଙ୍କ ବଳ’

ଭୁବନେଶ୍ଵର: ପ୍ରତି ବର୍ଷ ମାର୍ଚ୍ଚ ୨୪ ତାରିଖକୁ ବିଶ୍ବ ଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଯକ୍ଷ୍ମା ବା ‘ଟିବି’ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ସଂକ୍ରମଣକୁ ରୋକିବା ଲାଗି ସମୟୋଚିତ ପଦକ୍ଷେପ ଗ୍ରହଣକୁ ଉତ୍ସାହିତ କରିବା। ୧୮୮୨ ମସିହା ଆଜି ଦିନରେ ଜର୍ମାନ୍‌ ଗବେଷକ ଡାକ୍ତର ରବର୍ଟ କୋଚ୍ ଏହି ସଂକ୍ରମଣ ଲାଗି ଦାୟୀ ‘ମାଇକୋବାକ୍ଟେରିଅମ୍‌ ଟ୍ୟୁବରକଲୋସିସ୍‌’ ବ୍ୟାକ୍ଟେରିଆକୁ ଆବିଷ୍କାର କରିଥିଲେ। ତେବେ ପ୍ରାୟ ତିନି ଲକ୍ଷ ବର୍ଷରୁ ଏହି ରୋଗ ମଣିଷକୁ ଆକ୍ରାନ୍ତ କରି ଆସୁଥିବାର ଆକଳନ କରାଯାଏ। ଏହାର ଚିକିତ୍ସା ଓ ନିବାରଣ ସମ୍ଭବ। ଏହି ରୋଗ ସାଧାରଣତଃ ମଣିଷ ଶରୀରର ଫୁସ୍‌ଫୁସ୍‌କୁ ଏକ ମାରାତ୍ମକ ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମିତ କରିଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ୨୦୨୪ ମସିହାରେ ପୃଥିବୀର ୧ କୋଟି ୭ ଲକ୍ଷ ଲୋକ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ୧୨.୩ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ। ଏ ବର୍ଷ ‘ହଁ! ଆମେ ଟିବିକୁ ସମାପ୍ତ କରିପାରିବା! ଦେଶର ନେତୃତ୍ବ ନାଗରିକଙ୍କ ବଳ’ ଏହି ପ୍ରସଙ୍ଗ ରଖାଯିବାର ବାର୍ତ୍ତା ହେଉଛି ଜାତୀୟ ନେତୃତ୍ବ ତଥା ନାଗରିକଙ୍କ ସକ୍ରିୟତା ଦ୍ବାରା ଯକ୍ଷ୍ମାର ମୂଳୋତ୍ପାଟନ ସମ୍ଭବ। ‘ଟିବି’ର ମୁକାବିଲା ଲାଗି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକ ନିବେଶ, ନବପ୍ରବର୍ତ୍ତନର ବିନିଯୋଗ, ତ୍ବରିତ ପଦକ୍ଷେପ, ଅନ୍ତର୍ବିଭାଗୀୟ ସହଯୋଗିତା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ।

  • Related Posts

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading
    ଟେଡି ବିୟର୍ ର ଯତ୍ନ ନିଅନ୍ତୁ ନହେଲେ ରୋଗିଣା ହେବ ଶିଶୁ

    ଟେଡି ବିୟର୍ ସାରା ବିଶ୍ୱର ଶିଶୁଙ୍କ ପସନ୍ଦର ଖେଳନା। ଶିଶୁଟିଏ ଘରେ ରହୁ କି ବାହାରକୁ ଯାଇଥାଉ ସାଙ୍ଗରେ ଟେଡି ବିୟରକୁ ଧରି ଯାଇଥାଏ। ଏପରି କି ଖାଇବାଠାରୁ ଶୋଇବା ପର୍ୟ୍ୟନ୍ତ ପିଲା ପାଖରେ ଥାଏ ଟେଡି ବିୟର । ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ