ହର୍ମୁଜ ଅତିକ୍ରମ କରିବ ଆଉ ୨ଟି ଏଲପିଜି ବୋଝେଇ ଭାରତୀୟ ଜାହାଜ

ନୂଆଦିଲ୍ଲୀ: ଯୁଦ୍ଧ ପ୍ରଭାବିତ ହର୍ମୁଜ ଅତିକ୍ରମ କରିବ ଆଉ ୨ଟି ଭାରତୀୟ ଜାହାଜ। ମଧ୍ୟପ୍ରାଚ୍ୟରୁ ଏଲପିଜି ଧରି ଆସୁଥିବା ଦୁଇ ଭାରତୀୟ ଜାହାଜ ଖୁବଶୀଘ୍ର ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବ ବୋଲି ଜଣାପଡ଼ିଛି। ଆମେରିକା ସହ ଯୁଦ୍ଧ କାରଣରୁ ଇରାନ ଏହି ପ୍ରଣାଳୀକୁ ବନ୍ଦ ରଖିଥିବା ବେଳେ କେବଳ କିଛି ନିର୍ଦ୍ଦିଷ୍ଟ ଜାହାଜକୁ ଅତିକ୍ରମ କରିବାକୁ ଅନୁମତି ଦେଇଥିଲା।କିନ୍ତୁ ଗତ ୨୪ ଘଣ୍ଟା ଧରି ଇରାନ କୌଣସି ଦେଶର ଅଶୋଧିତ ତୈଳ ବୋଝେଇ ଜାହାଜକୁ ଯାତାୟାତ କରିବାକୁ ଅନୁମତି ଦେଇନି। ତଥାପି ଭାରତ ପତାକା ଲାଗିଥିବା ୨ଟି ଏଲପିଜି ବୋଝେଇ ଜାହାଜ ହର୍ମୁଜ ଅତିକ୍ରମ କରିବ ବୋଲି ରୟଟର୍ସରେ ରିପୋର୍ଟ ପ୍ରକାଶ ପାଇଛି। ଶିପିଂ ଡାଟା ଓ ଟ୍ରେଡ ସୂତ୍ରରୁ ଜଣାପଡ଼ିଛି ଯେ ଅଟକି ରହିଥିବା ପଣ୍ୟବାହୀ ଜାହାଜଗୁଡ଼ିକ ଖୁବଶୀଘ୍ର ଯାତାୟାତ ଆରମ୍ଭ କରିବ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭୀଷଣ ରୂପ ଧାରଣ କରିଥିବାରୁ ଜାହାଜଗୁଡ଼ିକ ଉପାୟଶୂନ୍ୟ ଭାବେ ହର୍ମୁଜ ପ୍ରଣାଳୀ ନିକଟରେ ଅଟକି ରହିଥିଲେ। ଏବେ ପୁଣି ୨ଟି ଭାରତୀୟ ଜାହାଜ ଏହି ସଙ୍କୁଚିତ ଜଳପଥ ଦେଇ ସ୍ୱଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ବିଶ୍ୱ ଶକ୍ତି ଯୋଗାଣ ପାଇଁ ହର୍ମୁଜ ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଇରାନ ଏହି ରାସ୍ତାକୁ ଅବରୋଧ କରି ରଖିଛି। ଏଥିଯୋଗୁ ବିଶ୍ୱର ପ୍ରାୟ ୨୦% ତେଲ ଓ ଏଲପିଜି ଯୋଗାଣାରେ ବାଧ୍ୟ ଦେଖାଯାଇଛି। ଅନୁମତି ମିଳି ନଥିବାରୁ ଭାରତୀୟ ପତାକା ଲାଗିଥିବା ଏଲପିଜି ବୋଝେଇ ଜାହାଜ ପାଇନ ଗ୍ୟାସ ଓ ଜାଗ ବସନ୍ତ ୟୁଏଇର ଶାରଜା ନିକଟରେ ପୂର୍ବଭଳି ଫସି ରହିଥିଲେ।ଏବେ ସେମାନଙ୍କୁ ଆଗକୁ ବଢ଼ିବାକୁ ଅନୁମତି ମିଳିଛି। ଶନିବାର ରାତି ସୁଦ୍ଧା ଏହି ଦୁଇ ଜାହାଜ ଷ୍ଟ୍ରେଟ ଅଫ ହର୍ମୁଜ ଅତିକ୍ରମ କରିବେ ବୋଲି ଜଣାପଡ଼ିଛି। କିନ୍ତୁ ଏ ସମ୍ପର୍କରେ କୌଣସି ବିଧିବଦ୍ଧ ସୂଚନା ମିଳିନାହିଁ। ଜାଗ ବସନ୍ତକୁ ବିପିସିଏଲ ପରିଚାଳନା କରୁଥିବା ବେଳେ ଆଇଓସି ଦାୟିତ୍ୱରେ ରହିଛି ପାଇନ ଗ୍ୟାସ। ଉଭୟ ସଂସ୍ଥା ମଧ୍ୟ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଗତ ସପ୍ତାହରେ ମଧ୍ୟ ଇରାନ ଭାରତର ଆଉ ଦୁଇଟି ଏଲପିଜି ବୋଝେଇ ଜାହାଜକୁ ହର୍ମୁଜ ଅତିକ୍ରମ କରିବାକୁ ଅନୁମତି ଦେଇଥିଲା। ଅନୁମତି ଦେବା ପରେ ଦୁଇଟି ଯାକ ଜାହାଜ ଉକ୍ତ ଜଳମାର୍ଗ ଅତିକ୍ରମ କରି ଭାରତରେ ଗ୍ୟାସ ଧରି ପହଞ୍ଚିଥିଲେ।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ