ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ପ୍ରତି ବଢୁଛି ଯୁବପିଢ଼ିଙ୍କ ଆଗ୍ରହ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଛି ଓଡ଼ିଆ ପକ୍ଷ। ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଓ ତୃତୀୟ ଦିନ ଅର୍ଥାତ୍‌ ଏପ୍ରିଲ ୨ ଓ ୩ ତାରିଖକୁ ପାରମ୍ପରିକ ପୋଷାକ ପରିଧାନ ଦିବସ “ଆମ ପୋଷାକ ଆମ ପରିଚୟ” ଦିବସ ଭାବେ ପାଳନ କରାଯାଉଛି।

“ଆମ ପୋଷାକ ଆମ ପରିଚୟ” ଦିବସ ପାଳନ ଅବସରରେ ବରଗଡ଼ ଜିଲ୍ଲା ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟାଣ୍ଡଲୁମ ଟେକ୍ନୋଲୋଜିରେ ଫ୍ୟାସନ ଶୋ ଓ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।ଆଜିର କାର୍ଯ୍ୟକ୍ରମରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟାଣ୍ଡଲୁମ ଟେକ୍ନୋଲୋଜିର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାରମ୍ପରିକ ଓ ସମ୍ବଲପୁରୀ ପୋଷାକ ପ୍ରଦର୍ଶନୀ ଆୟୋଜିତ ହେବା ସହ ଫ୍ୟାସନ୍ ଶୋ ରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ପୋଷାକ ପରିଧାନ କରି ଓଡ଼ିଶାର ହସ୍ତତନ୍ତର ସ୍ୱତନ୍ତ୍ରତା ଓ ବୟନ ଅସ୍ମିତାକୁ ସୁନ୍ଦର ଭାବରେ ପ୍ରଦର୍ଶିତ କରିଥିଲେ।

“ଓଡ଼ିଆ ପାରମ୍ପରିକ ପୋଷାକକୁ ବିଶ୍ୱବିଦିତ କରିବା ସହ ନିଜର ଦୈନନ୍ଦିନ ଜୀବନରେ ଏହାକୁ ସାମିଲ କରିବାର ଲକ୍ଷ୍ୟ ନେଇ ପାରମ୍ପରିକ ପୋଷାକ ପ୍ରଦର୍ଶନୀ ଓ ଫ୍ୟାସନ ଶୋ ର ଆୟୋଜନ କରାଯାଇଛି। ଆମ ହସ୍ତତନ୍ତ ଓ ପାରମ୍ପରିକ ପୋଷାକ ଆମ ପରିଚୟ ଏବଂ ଏହାକୁ ନେଇ ଆମେ ଗର୍ବିତ”, ବୋଲି ଛାତ୍ରଛାତ୍ରୀମାନେ ମତପ୍ରକାଶ କରିଥିଲେ।

ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପରିଚାଳିତ ବୟନିକା, ଉତ୍କଳିକା, ରେଶମ ଓଡ଼ିଶା ଓ ସମ୍ବଲପୁରୀ ବସ୍ତ୍ରାଳୟର ସମସ୍ତ ଶାଖାରେ ହସ୍ତତନ୍ତ ବସ୍ତ୍ର କ୍ରୟ ଉପରେ ଶତକଡ଼ା ୨୦+୧୦ ଭାଗ ରିହାତି ପ୍ରଦାନ କରାଯାଉଛି, ଯାହାକି ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ହସ୍ତତନ୍ତ ପୋଷାକ କିଣିବା ପାଇଁ ଲୋକମାନେ ଦୋକାନରେ ଭିଡ଼ ଜମାଉଛନ୍ତି। ହସ୍ତତନ୍ତ ପୋଷାକ ପିନ୍ଧି ଫଟୋ ଉଠାଇବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଓ ତୃତୀୟ ଦିନରେ ବହୁ ସଂଖ୍ୟାରେ ଲୋକମାନେ ପାରମ୍ପରିକ ପୋଷାକ ପରିଧାନ କରି ନିଜର ସେଲ୍ଫି ଉଠାଇ ଏହାକୁ ଓଡ଼ିଆ ପକ୍ଷ ୱେବ୍ସାଇଟ (Odiapakhya.com)ରେ ଅପଲୋଡ଼ କରିଛନ୍ତି। ଏଥିସହ ଓଡ଼ିଆ ପକ୍ଷ ୱେବ୍ସାଇଟରୁ ନିଜର ଡ଼ିଜିଟାଲ ସାର୍ଟିଫିକେଟ ମଧ୍ୟ ଡ଼ାଉନଲୋଡ଼ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ଓଡ଼ିଆ ପକ୍ଷ ପାଳନର ଚତୁର୍ଥ ଦିନ ଅର୍ଥାତ୍‌ ଏପ୍ରିଲ ୪ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ “ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ” ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ”ର ଆୟୋଜନ କରାଯିବ।

  • Related Posts

    ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ

    ଭୁବନେଶ୍ୱର: ଓଡିଶା ପୋଲିସକୁ ମିଳିଲା ନୂଆ ଡିଜିପି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ୟ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍…

    Continue reading
    ଭୁବନେଶ୍ୱରରେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

    ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ କୋଭିଡ୍‌ ଆକ୍ରାନ୍ତ। ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ।ଏହି କୋଭିଡ୍‌ ଆକ୍ରାନ୍ତଙ୍କ ଘର ବରମୁଣ୍ଡା ଅଞ୍ଚଳରେ। ତାଙ୍କୁ ୫୦ ବର୍ଷ ହୋଇଛି। ଏହା ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ