ହାଇକୋର୍ଟଙ୍କ ରାୟ ପରେ ବେଦାନ୍ତର ପ୍ରତିକ୍ରିୟା; ବକ୍ସାଇଟ୍ ଯୋଗାଣରେ ପଡ଼ିବନି ପ୍ରଭାବ

ଭୁବନେଶ୍ୱର: OMC-ବେଦାନ୍ତ ବକ୍ସାଇଟ୍ ବିବାଦରେ ହାଇକୋର୍ଟଙ୍କ ରାୟର ସମୀକ୍ଷା କରୁଛି ବେଦାନ୍ତ । ଆଇନଗତ ବିକଳ୍ପ ଉପରେ ବିଚାର କରାଯାଉଛି । OMC-ବେଦାନ୍ତ ବକ୍ସାଇଟ୍ ବିବାଦରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛି ବେଦାନ୍ତ ଆଲୁମିନିୟମ୍ । କମ୍ପାନୀ କହିଛି, ହାଇକୋର୍ଟଙ୍କ ଆଦେଶର ସମୀକ୍ଷା କରାଯାଉଛି ଏବଂ ଏହା ବିରୋଧରେ ଉପଲବ୍ଧ ଆଇନଗତ ପଦକ୍ଷେପ ଉପରେ ବିଚାର କରାଯାଉଛି ।

ବେଦାନ୍ତ ଆଲୁମିନିୟମ୍ ର ମୁଖପାତ୍ରଙ୍କ କହିବା ଅନୁସାରେ, କମ୍ପାନୀ ଏହି ଆଦେଶର ସମୀକ୍ଷା କରୁଛି ଏବଂ ଏହା ବିରୋଧରେ ଉପଲବ୍ଧ ଆଇନଗତ ପଦକ୍ଷେପ ସମ୍ପର୍କରେ ବିଚାର କରୁଛି । ଏହି ଆଦେଶ ଯୋଗୁଁ ବେଦାନ୍ତ ଆଲୁମିନିୟମ୍ କୁ ବକ୍ସାଇଟ୍ ଯୋଗାଣ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଅର୍ଥାତ୍ ହାଇକୋର୍ଟଙ୍କ ରାୟ ପରେ ମଧ୍ୟ କମ୍ପାନୀର ବକ୍ସାଇଟ୍ ଯୋଗାଣ ପ୍ରଭାବିତ ହେବ ନାହିଁ ବୋଲି ବେଦାନ୍ତ ସ୍ପଷ୍ଟ କରିଛି ।

ଏଥିସହ ରାୟକୁ ନେଇ ପରବର୍ତ୍ତୀ ଆଇନଗତ ବିକଳ୍ପ ଖୋଲା ରଖିଛି କମ୍ପାନୀ । OMC ଓ ବେଦାନ୍ତ ମଧ୍ୟରେ ଦୀର୍ଘ ବର୍ଷ ଧରି ଚାଲିଥିବା ବକ୍ସାଇଟ୍ ବିବାଦରେ ବେଦାନ୍ତର ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଛନ୍ତି । ଏହାସହ ୨୦୧୫ରେ OMC ପକ୍ଷରୁ ଯୌଥ ଉଦ୍ୟୋଗ ବା Joint Venture ବାତିଲ କରାଯାଇଥିବା ନିଷ୍ପତ୍ତି କାଏମ ରହିଛି । ଏହି ବିବାଦର ମୂଳ ୨୦୦୪ ମସିହାର ଚୁକ୍ତି ସହ ଜଡ଼ିତ। ସେତେବେଳେ OMC ଓ ବେଦାନ୍ତର ତତ୍କାଳୀନ ସଂସ୍ଥା ଷ୍ଟର୍ଲାଇଟ୍ ମଧ୍ୟରେ ଯୌଥ ଖଣି ପ୍ରକଳ୍ପକୁ ନେଇ ବୁଝାମଣା ହୋଇଥିଲା । ପରେ ୨୦୧୫ରେ OMC ଏହି ଯୌଥ ଉଦ୍ୟୋଗ ବ୍ୟବସ୍ଥାକୁ ବାତିଲ କରିଥିଲା ।

ହାଇକୋର୍ଟରେ ବେଦାନ୍ତ ପୁରୁଣା ଚୁକ୍ତି ଏବଂ ପ୍ରତିଶ୍ରୁତି ଆଧାରରେ ନିଜର ଅଧିକାର ଦାବି କରିଥିଲା । ତେବେ କୋର୍ଟଙ୍କ ରାୟ ଅନୁସାରେ, ୨୦୧୫ର ବାତିଲ ନିଷ୍ପତ୍ତି ଚୂଡ଼ାନ୍ତ ହୋଇସାରିଥିବାରୁ ପୁରୁଣା ବ୍ୟବସ୍ଥା ଆଧାରରେ ଏବେ ଅଧିକାର ଦାବି କରାଯାଇପାରିବ ନାହିଁ । ଏବେ ଏହି ରାୟର ସମୀକ୍ଷା ପରେ ବେଦାନ୍ତ କେଉଁ ଆଇନଗତ ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିବ ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ