ହାଇକୋର୍ଟର ଦ୍ୱାରସ୍ଥ ହେଲେ ଯାତ୍ରା କଳାକାର ସୋନାଲି ପଣ୍ଡା

କଟକ: ସ୍ୱାମୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା। ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସୋନାଲି। ସ୍ୱାମୀ ତାଙ୍କୁ ବଳପୂର୍ବକ ବିବାହ କରିଥିବା ଅଭିଯୋଗ ଆଣିଛନ୍ତି ସୋନାଲି।

ଏପରିକି ସେ ନାବାଳିକା ଥିବା ବେଳେ ସ୍ୱାମୀ ବିବାହ କରିଥିବା ନେଇ ସଙ୍ଗିନ ଅଭିଯୋଗ ଆଣିଛନ୍ତି ସୋନାଲି। ସେହିପରି ସ୍ୱାମୀ ବଳପୂର୍ବକ ସ୍ୱାମୀ ତାଙ୍କସହ ଦୁଷ୍କର୍ମ କରିଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ସୋନାଲି।

ଜଣେ ନାବାଳିକାଙ୍କୁ ବିବାହ, ଦୁଷ୍କର୍ମ, ଗର୍ଭ ନଷ୍ଟ କରିବା ଓ ସାମାଜିକ ଗଣମାଧ୍ୟମରେ ବଦନାମ କରିବା ନେଇ ସୋନାଲି ଆବେଦନରେ ଉଲ୍ଲେଖ କରିଛନ୍ତି । ଏନେଇ ସୋନାଲିଙ୍କ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।ତେବେ ଏହି ମାମଲାରେ ଗୃହ ସଚିବ, ଯାଜପୁର SP ଓ ବାଲିଚନ୍ଦ୍ରପୁର ଥାନା IICଙ୍କୁ ପକ୍ଷଭୁକ୍ତ କରାଯାଇଛି।ଯାତ୍ରା କଳାକାର ସୋନାଲି ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ସେ ଦାୟର କରିଥିବା ଏତଲା ଉପରେ ପୋଲିସ ନିଷ୍କ୍ରିୟତାକୁ ବିରୋଧ କରି ସୋନାଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ନିଜକୁ ତାଙ୍କ ସ୍ୱାମୀ ବୋଲି ଦାବି କରୁଥିବା ଶ୍ରୀକ୍ଷେତ୍ର ତାଙ୍କୁ ନାବାଳିକା ଅବସ୍ଥାରେ ଅପହରଣ କରିବା ସହ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ସୋନାଲି ବାଲିଚନ୍ଦ୍ରପୁର ଥାନାରେ ଏତଲା ଦାୟର କରିଥିଲେ। ଶାରୀରିକ ସମ୍ପର୍କ କାରଣରୁ ସେ ଗର୍ଭବତୀ ହେବା ପରେ ଶ୍ରୀକ୍ଷେତ୍ର ତାଙ୍କର ଗର୍ଭପାତ ମଧ୍ୟ କରାଇଛନ୍ତି ବୋଲି ସେ ଏତଲାରେ ଦର୍ଶାଇଛନ୍ତି।

ଏପରିକି ନାବାଳିକା ଅବସ୍ଥାରେ ତାଙ୍କୁ ଜୋରଜବରଦସ୍ତି ବିବାହ କରିଛନ୍ତି ଯାହାକି ଆଇନ ସମ୍ମତ ନୁହଁ ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି। ବାଲିଚନ୍ଦ୍ରପୁର ପୋଲିସ ତାଙ୍କ ଏତଲା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସେ ବାଧ୍ୟ ହୋଇ ହାଇକୋର୍ଟ ଆସିଛନ୍ତି ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି।

  • Related Posts

    ଭୋଟର ତାଲିକାରେ ନାମ ସାମିଲ ପାଇଁ ୩୩,୫୧୫ଟି ଫର୍ମ-୬ ଆବେଦନ ଗ୍ରହଣ

    ୩ ଦିନରେ ରାଜ୍ୟବ୍ୟାପୀ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ ଭୁବନେଶ୍ୱର : ୧୦ ଅକ୍ଟୋବର ୨୦୨୬ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ…

    Continue reading
    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ