ହାଇଦ୍ରାବାଦରୁ ଆସିବ ୬୫,୦୦୦ କୋଟି, ପ୍ରଚାର ସର୍ବସ୍ୱ ଘୋଷଣା ଓ ପ୍ରହସନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାଇଦ୍ରାବାଦ ଗସ୍ତରେ ରାଜ୍ୟକୁ ୬୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଯାହା କୁହାଯାଇଛି, ତାହା ଭ୍ରମାତ୍ମକ ବୋଲି ବିଜୁ ଜନତା କହିଛି । ଏକ ପ୍ରେସ୍ ବିବୃତ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ପ୍ରବାସୀ ଭାରତୀୟ ଦିବସକୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଭାରତର ଶ୍ରେଷ୍ଠ ଏଫ୍ଡିଆଇ ହବ୍୍ରେ ପରିଣତ କରିବା ଲାଗି ସରକାରଙ୍କ ଆଭିମୁଖ୍ୟ ବିଷୟରେ ଜଣାଇଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ତଥ୍ୟ ଉପରେ ନଜର ପକାଇଲେ କିଛି ଅଲଗା ଚିତ୍ର ସାମ୍ନାକୁ ଆସୁଛି । ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ହାସଲ କରିବାରେ ଓଡ଼ିଶା ଦେଶର ଶ୍ରେଷ୍ଠ ୧୦ କିମ୍ୱା ଶ୍ରେଷ୍ଠ ୨୦ ରାଜ୍ୟ ଭିତରେ ବି ସ୍ଥାନ ପାଇନାହିଁ । ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶକୁ ୪,୨୧,୯୨୮.୮୩ କୋଟି ଟଙ୍କାର ଏଫ୍ଡିଆଇ ଆସିଛି । ସେଥିରୁ ମାତ୍ର ୩୯.୦୨ କୋଟି ଟଙ୍କା ଓଡ଼ିଶା ଭାଗରେ ପଡ଼ିଛି । ଏହା ଦେଶକୁ ଆସିଥିବା ମୋଟ୍ ଏଫ୍ଡିଆଇର ମାତ୍ର ୦.୦୦୯ ପ୍ରତିଶତ ।ଗତ ଆର୍ଥିକ ବର୍ଷରେ ମହାରାଷ୍ଟ୍ର ସର୍ବାଧିକ ୧,୬୪,୮୭୫.୨୦ କୋଟି ଟଙ୍କାର ଏଫ୍ଡିଆଇ ହାସଲ କରିଛି । ଏହା ମୋଟ୍ ଏଫ୍ଡିଆଇର ୩୯.୧୬ ପ୍ରତିଶତ । ଏହି ଗୋଟିଏ ରାଜ୍ୟକୁ ଯେତିକି ଏଫ୍ଡିଆଇ ମିଳିଛି, ତଳ ଆଡ଼େ ଥିବା ୨୦ଟି ରାଜ୍ୟ ମିଳିତ ଭାବେ ସେତିକି ଏଫ୍ଡିଆଇ ପାଇନାହାନ୍ତି । ଦେଶକୁ ଆସୁଥିବା ବିଦେଶୀ ନିବେଶ ମୁଖ୍ୟତଃ ୭ଟି ରାଜ୍ୟ ମଧ୍ୟରେ ସୀମିତ ରହିଛି । କ୍ରମାନ୍ୱୟରେ ସେହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, କର୍ଣ୍ଣାଟକ (୫୬,୦୨୯ କୋଟି ଟଙ୍କା), ଦିଲ୍ଲୀ (୫୧,୫୪୦ କୋଟି ଟଙ୍କା), ଗୁଜୁରାଟ (୪୭,୯୪୭ କୋଟି ଟଙ୍କା), ତାମିଲନାଡ଼ୁ (୩୧,୧୦୨ କୋଟି ଟଙ୍କା), ହରିୟାଣା (୨୬,୫୯୯ କୋଟି ଟଙ୍କା) ଓ ତେଲେଙ୍ଗାନା (୨୫,୫୯୯ କୋଟି ଟଙ୍କା) । ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ଏପରି ବହୁତ ପୁଞ୍ଜିନିବେଶ କଥା କୁହାଯାଇଥିଲା, ଯାହା ବାସ୍ତବତା ଠାରୁ ବହୁତ ଦୂରରେ । କେବଳ ପ୍ରଚାର ଉଦେ୍ଦଶ୍ୟରେ ଏପରି କଥା କୁହାଯାଉଛି । କିନ୍ତୁ ପରବର୍ତ୍ତୀ ସମୟରେ ଏହା ରୂପାନ୍ତରିତ ହେଉନାହିଁ ।ଡ଼ ମହାନ୍ତି ଆହୁରି କହିଥିଲେ ଯେ, ପୁଞ୍ଜି ଆସିବା ତ ଦୂରର କଥା ରାଜ୍ୟରୁ JSW EV, Arcellor Mittal Steelପ୍ରକଳ୍ପ, S Ram N Ram Semi Conductor ପ୍ରକଳ୍ପ Wari ସୋଲାର ପ୍ରକଳ୍ପ ଓଡ଼ିଶାରୁ ଚାଲିଗଲା । ବିଦେଶୀ ପୁଞ୍ଜି ଆଣିବା ଲାଗି ସରକାରୀ ସ୍ତରରେ ଯେଉଁଭଳି ଭାବେ ଉଦ୍ୟମ, ବିଚାରବିମର୍ଶ, ଯୋଜନା ଓ ଆଲୋଚନା ହେବା କଥା ତାହା ବିଜେପି ସରକାରରେ ହେଉନାହିଁ । ପୂର୍ବରୁ ବିଜେଡି ସରକାର ସମୟରେ ୨୦୨୩-୨୪ରେ ଓଡ଼ିଶାକୁ ସର୍ବାଧିକ ପୁଞ୍ଜି ଆସିଥିଲା, ଯାହାର ପୁରସ୍କାର ବର୍ତ୍ତମାନର ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଭାରତ ସରକାରଙ୍କ ଠାରୁ ଗ୍ରହଣ କରିଥିଲେ । ନବୀନ ସରକାରଙ୍କ ସମୟରେ ଏଫ୍ଡିଆଇ ଲାଗି ନିର୍ଦ୍ଦିଷ୍ଟ କ୍ଷେତ୍ର ଚିହ୍ନଟ କରାଯାଉଥିଲା । ସ୍ୱତନ୍ତ୍ର ଭାବେ ବିଭିନ୍ନ କ୍ଷେତ୍ରଗୁଡ଼ିକରେ ପୁଞ୍ଜି ନିବେଶ ଲାଗି ବିଦେଶୀ ନିବେଶକମାନେ ଆକୃଷ୍ଟ ହେଉଥିଲେ । କିନ୍ତୁ ବର୍ତ୍ତମାନ ଏଫଡିଆଇ ହାତେଇବାରେ ରାଜ୍ୟ ବିଜେପି ସରକାର ବହୁତ ପଛୁଆ । ଏପରି ପ୍ରଚାର ସର୍ବସ୍ୱ ଘୋଷଣା ଓ ପ୍ରହସନ ନ କରି ବାସ୍ତବରେ ଓଡ଼ିଶାକୁ ପୁଞ୍ଜି ଆଣନ୍ତୁ ।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ