
ଆଠମଲ୍ଲିକ: ହାତୀ ଶିକାର ଘଟଣାରେ ଗିରଫ ହେଲା ଜଣେ ଶିକାରୀ । ଗିରଫ ହୋଇ ଥିବା ଶିକାରୀ ଜଣକ ସୋନୁପୁର ଜିଲ୍ଲାର ଗରିଆମୁଣ୍ଡା ଗ୍ରାମର ବୋଲି ଜଣାପଡିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଶିକାରୀକୁ ଧରିବାରେ ବିଫଳ ହୋଇଛି ବନ ବିଭାଗ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜରେ ଏଭଳି ଘଟଣା ଘଟିଛି ଏଭଳି ଘଟଣା ଘଟିଛି । ଅକ୍ଟୋବର ମାସ ୧୨ ତାରିଖରେ ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜର ଶଙ୍ଖାମାଳରେ ଏକ ମାଈ ହାତୀ ମୃତ୍ୟୁ ବରଣ କରିଥିଲା । ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ । ତଦନ୍ତ କରି ଏହି ଘଟଣାରେ ଦୁଇ ଜଣ ଶିକାରୀ ସଂପୃକ୍ତ ଥିବା ଜାଣି ବାକୁ ପାଇ ଥିଲା । ତନ୍ମଧ୍ୟରୁ ଜଣେ ଶିକାରୀକୁ ଧରିବାରେ ବନ ବିଭାଗ ସଫଳ ହୋଇଛି । ଗୁରୁବାର ବିଳମ୍ୱିତ ରାତିରେ ଶିକାରୀ ଜଣକୁ କୋର୍ଟରେ ହାଜିର କରି ଜେଲ୍କୁ ପଠାଇ ଦିଆଯାଇଛି ।




