ମାଓ ସମସ୍ୟା ନେଇ ଡିଜିପିଙ୍କ ବୈଠକ

ମାଲକାନଗିରି: ପୁଲିସ ମହାନିର୍ଦ୍ଦେଶକ  ୱାଇ ବି ଖୁରାନିଆ  ଗୁରୁବାର ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଏହି ସମୟରେ ମାଓ ମୁକାବିଲା ନେଇ ସମୀକ୍ଷା  କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ମାର୍ଚ୍ଚ ୨୦୨୬ ସୁଦ୍ଧା ରାଜ୍ୟକୁ କିପରି ସମ୍ପୂର୍ଣ ମାଓ ମୁକ୍ତ କରାଯିବ ସେନେଇ ଆଗକୁ ରଣନୀତି ପ୍ରସ୍ତୁତ କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଖୁରାନିଆା ପ୍ରକାଶ କରିଥିଲେ ।  ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଶ୍ରୀ ଖୁରାନିଆ ପ୍ରଥମେ ମାଓପ୍ରବଣ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଆଞ୍ଚଳର ଗୋରାସେତୁ ବିଏସ ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ସେଠାରେ  ଯବାନମାନଙ୍କ ସହ ମାଓ ଦମନକୁ ନେଇ ଆଲୋଚନା କରି ସେମାନଙ୍କ ମନୋବଳ ବଢାଇଥିଲେ। ଏହାସହ ବିଏସଏଫ ଅଧିକାରୀଙ୍କ ସହିତ ମାଓ ସମସ୍ୟା ନେଇ ଆଲୋଚନା କରିଥିଲେ।
ପରେ ମାଲକାନଗିରି ଜିଲ୍ଲା ସଦରରରେ ଥିବା ଏମଭି ୩ ସ୍ଥିତ ବିଏସଏଫ କ୍ୟାମ୍ପରେ ପହଞ୍ଚି ବିଏସଏଫ ଆଇଜି ସି.ଡି ଅଗ୍ରୱାଲ, ଡିଆଇଜି ବିଜୟ ସିହ୍ନା ଓ ଅନ୍ୟ ଅଧିକାରୀଙ୍କ ସହ ମାଓବାଦୀ ଦମନର ରଣ ନୀତି ସମ୍ପର୍କରେ ଆଲୋଚନା କରିଥିଲେ।  ପରେ ଜିଲ୍ଲା ପୁଲିସ କାର୍ୟ୍ୟାଳୟଠାରେ ଅନ୍ୟାନ ପୁଲିସ ଅଧିକାରୀଙ୍କ ସହିତ ମାଓ ଦମନର ରଣନିତି ସମ୍ପର୍କରେ ସମୀକ୍ଷା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଯାହା ସମସ୍ୟା ଅଛି ତାହାକୁ ସମାଧାନ କରାଯିବା ସହ ଗୃହ ମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ମାର୍ଚ୍ଚ ୨୦୨୬ ସୁଦ୍ଧା ରାଜ୍ୟକୁ କିପରି ସମ୍ପୂର୍ଣ ମାଓ ମୁକ୍ତ କରାଯିବ ସେନେଇ ଆଗକୁ ରଣନୀତି ପ୍ରସ୍ତୁତ କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଖୁରାନିଆା ପ୍ରକାଶ କରିଥିଲେ।
ମାଓବାଦୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଗଞ୍ଜେଇ ଚାଷ ହେଉଥିଲା, ଏବେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବେଇଆଇନ ଗଞ୍ଜେଇ ଚାଷ ଓ ଚାଲାଣ ମଧ୍ୟ କମିଛି।  ଆସନ୍ତା ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାରୁ ମାଓବାଦୀ ନିପାତ ହେବା ସହିତ ବେଆଇନ ଗଞ୍ଜେଇ ଚାଷକୁ ରୋକାଯିବ ବୋଲି ସେ ପ୍ରକାଶ କରିଛନ୍ତି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ