ହିମାଚଳରେ ଭୂସ୍ଖଳନରେ ଭୁଶୁଡ଼ିଲା ପାହାଡ଼ର ବିଶାଳ ଅଂଶ

ନୂଆଦିଲ୍ଲୀ,07/09: ହିମାଚଳପ୍ରଦେଶରେ ପୁଣି ଭୂସ୍ଖଳନ ଆତଙ୍କ ଖେଳାଇ ଦେଇଛି। ସିରମୌର ନୌହରାଧାର ଅଞ୍ଚଳ ଅଧୀନସ୍ଥ ଚୌକର ଗ୍ରାମରେ ଆଜି ବଡ଼ ଧରଣର ଭୂସ୍ଖଳନ ହୋଇ ଏକ ପର୍ବତର ବିଶାଳ ଅଂଶ ଭୁଶୁଡ଼ି ଯାଇଛି। ଏହି ଭୂସ୍ଖଳନ ଏବଂ ପାହାଡ଼ ଧସିବା ଯୋଗୁଁ ନିକଟରେ ଅନେକ ଘର ଏବଂ ଲୋକମାନେ ବିପଦରେ ଅଛନ୍ତି। କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ଦୁର୍ଘଟଣା ସମୟରେ ସେଠାରେ ୫ ଜଣ ଉପସ୍ଥିତ ଥିଲେ। ସୌଭାଗ୍ୟବସତଃ ସମସ୍ତେ ସୁରକ୍ଷିତ ଅଛନ୍ତି। ଭୂସ୍ଖଳନର ଭିଡିଓ ଏବେ ଭାଇରାଲ୍‌ ହେଉଛି। ଏଥିରେ ଦେଖିବାକୁ ମିଳିଛି ଯେ ହଠାତ୍‌ ଭୂମିତଳୁ ପାଣିର ପ୍ରଖର ସ୍ରୋତରେ ଭୂମି ଫାଟିଯିବା ସହ କିଛି ସେକେଣ୍ଡ ମଧ୍ୟରେ ଗଛ ଏବଂ ସବୁକିଛି ଭାସି ଯାଉଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଚଳିତ ମୌସୁମୀ ଋତୁରେ ହିମାଚଳରେ ୩୫୫ ଲୋକଙ୍କ ମୃତ୍ୟୁ ହୋଇଛି। ଏଥି ମଧ୍ୟରୁ ୧୯୪ ଜଣଙ୍କର ଭୂସ୍ଖଳନ, ଅଚାନକ ବନ୍ୟା, ପାଣିରେ ବୁଡ଼ିଯାଇ ଏବଂ ବଜ୍ରାଘାତରେ ମୃତ୍ୟୁ ହୋଇଛି। ହିମାଚଳରେ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୩୭୯ ଜଣ ଆହତ ହୋଇଥିବା ବେଳେ ୪୯ ଜଣ ନିଖୋଜ ଅଛନ୍ତି। ୧୨୮୦ରୁ ଅଧିକ ଘର ଧ୍ବଂସ ହୋଇଯାଇଛି। ରାଜ୍ୟରେ ବର୍ଷା ବିପର୍ଯ୍ୟୟ ପାଇଁ ପ୍ରାୟ ୩୮୦୦ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ