ଗୁଜରାଟର କାଳିକା ମାତାପୀଠରେ ରୋପୱେ ଭୁଶୁଡ଼ି ୬ ଜଣଙ୍କର ମୃତ୍ୟୁ

ଗାନ୍ଧୀନଗର,07/09: ଗୁଜରାଟର ପାବାଗଡ଼ରେ ପ୍ରସିଦ୍ଧ କାଳିକା ମାତା ପୀଠରେ ଆଜି ଏକ ରୋପ୍‌ୱେ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ରୋପ୍‌ୱେ ଜିନିଷପତ୍ର ନେବାଆଣିବା ପାଇଁ ବ୍ୟବହାର କରାଯାଏ। ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ ଦଉଡ଼ି ଛିଣ୍ଡିଯିବା ଫଳରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୨ ଜଣ ଲିଫ୍‌ଟମେନ୍‌, ୨ ଜଣ ଶ୍ରମିକ ଏବଂ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଥିବା ପଞ୍ଚମହଲ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଅନ୍ୟ ୪ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଅପରାହ୍ନ ୩.୩୦ରେ ଏହି ଦୁର୍ଘଟଣା ହୋଇଛି। ସ୍ଥାନୀୟ ପୁଲିସ ଏବଂ ଅଗ୍ନି ନିର୍ବାପକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ତାର ଛିଣ୍ଡି ପଡ଼ିବାରୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ଏହି ପ୍ରସିଦ୍ଧ ଶକ୍ତିପୀଠ ପ୍ରାୟ ୮୦୦ ମିଟର ଉଚ୍ଚତାରେ ଅବସ୍ଥିତ। ଶ୍ରଦ୍ଧାଳୁମାନେ ଏଠାକୁ ୨ ହଜାର ପାହାଚ ଚଢ଼ି କିମ୍ବା କେବଲ୍‌ କାର୍‌ ବ୍ୟବହାର କରି ଯାଆନ୍ତି। ଖରାପ ପାଗ ଯୋଗୁଁ ଏହି ଶକ୍ତିପୀଠର ଯାତ୍ରୀ ରୋପ୍‌ୱେ ବନ୍ଦ ରହିଛି ଏବଂ କେବଳ ନିର୍ମାଣ ସାମଗ୍ରୀ ନେବା ଆଣିବା କରିବାପାଇଁ କାର୍ଗୋ‌ ରୋପ୍‌‌ୱେ ପରିଚାଳନା କରାଯାଉଥିବା ବେଳେ ଏତେବଡ଼ ଦୁର୍ଘଟଣା ଘଟିଛି। ପାବାଗଡ଼ରେ ପୂର୍ବରୁ ୨୦୦୩ରେ ଏକ ରୋପୱେ ଦୁର୍ଘଟଣାରେ ସାତ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା। ଆଜିର ଘଟଣା ପରେ ନିରାପତ୍ତା ବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନ ଉଠିଛି।

  • Related Posts

    ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ

    ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…

    Continue reading
    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ