ୟୁଏନ୍‌ଜିଏର ୮୦ତମ ଅଧିବେଶନରେ ମୋଦୀଙ୍କ ବଦଳରେ ଭାରତର ପ୍ରତିନିଧିତ୍ୱ କରିବେ ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ପରିଷଦର ଉଚ୍ଚସ୍ତରୀୟ ୮୦ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ବିତର୍କକୁ ସମ୍ବୋଧିତ କରିବେ ନାହିଁ। ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଥିବା ୟୁଏନ୍‌ଜିଏର ୮୦ତମ ଅଧିବେଶନ ଇସ୍ରାଏଲ-ହମାସ ଯୁଦ୍ଧ ଏବଂ ରୁଷିଆ-ୟୁକ୍ରେନ ସଂଘର୍ଷ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ଉତ୍ତମ ସହାବସ୍ଥାନ: ଶାନ୍ତି, ବିକାଶ ଓ ମାନବିକ ଅଧିକାର ପାଇଁ ୮୦ ବର୍ଷ ।’ ସେପ୍ଟେମ୍ବର ୨୩ରୁ ୨୯ ପର୍ଯ୍ୟନ୍ତ ସାଧାରଣ ବିତର୍କ ଚାଲିବ, ଯେଉଁଥିରେ ବ୍ରାଜିଲ ପ୍ରଥମେ ଭାଷଣ ଦେବ ଏବଂ ତା’ପରେ ଆମେରିକା। ଇସ୍ରାଏଲ, ଚୀନ୍, ପାକିସ୍ତାନ ଓ ବାଂଲାଦେଶ ସରକାରର ମୁଖ୍ୟମାନେ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ଥିବାବେଳେ ଜୁଲାଇରେ ପ୍ରକାଶିତ ଏକ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୨୬ରେ ଭାଷଣ ଦେବାର ଥିଲା। ଶୁକ୍ରବାର ଜାରି ସଂଶୋଧିତ ବକ୍ତା ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସେପ୍ଟେମ୍ବର ୨୭ରେ ଭାରତର ପ୍ରତିନିଧିତ୍ବ କରିବେ ବୋଲି କୁହାଯାଇଛି।

  • Related Posts

    ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ

    ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…

    Continue reading
    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ