ହ୍ଵାଟ୍ସଆପ୍‌ରେ ମିଳିବ ଜନ୍ମ, ମୃତ୍ୟୁ, ବାସସ୍ଥାନ ଓ ଆୟ ପ୍ରମାଣପତ୍ର

ଭୁବନେଶ୍ଵର: ଓଡ଼ିଶା ସରକାର ଓ ମେଟା ଇଣ୍ଡିଆ ମିଳିତ ଭାବେ ଏକ ୟୁନିଫାଏଡ୍ ହ୍ଵାଟ୍ସଆପ୍‌ ଚାଟ୍‌ବଟ୍‌ର ଶୁଭାରମ୍ଭ କରିଛନ୍ତି, ଯାହା ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମୟ କ୍ରମେ ସମସ୍ତ ସରକାରୀ ସେବା ପ୍ରଦାନ କରିବ । ଗୋଟିଏ ଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସରକାରୀ ସେବା ପାଇପାରିବେ ।
ୟୁନିଫାଏଡ୍ ହାଟ୍ସଆପ୍ ଚାଟ୍ ବଟ୍ ୪୨୯ଟି ସରକାରୀ ସେବାକୁ ଗୋଟିଏ ହ୍ଵାଟ୍ସଆପ୍ ନମ୍ୱରରେ ସମନ୍ଵିତ କରିବ, ଯାହା ଦ୍ଵାରା ନାଗରିକମାନେ ଜନ୍ମ, ମୃତ୍ୟୁ, ଆଇନଗତ ଇରାକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ସାର ଲାଇସେନ୍ସ ଇତ୍ୟାଦି ଏବଂ ପ୍ରୋତ୍ସାହନ ଯୋଜନା ଭଳି ଗୁରୁତ୍ଵପୂର୍ଣ ସେବା ସହ ଆନ୍ତଃଜାତି ବିବାହ ସୁବିଧା, ଜାତୀୟ ପରିବାର ମଙ୍ଗଳ ଯୋଜନା ଏବଂ ଆହୁରି ଅନେକ ସୁବିଧା ପାଇପାରିବେ ।
ଏହି ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ, ପ୍ରତ୍ୟେକ ନାଗରିକଙ୍କୁ ସୁବିଧାରେ ସରକାରୀ ସେବା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ଆମର ପୁଞ୍ଜିନିବେଶ ଦ୍ଵାରା ଏହି ବ୍ୟବସ୍ଥା ସହଜ ହୋଇଛି । ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ରହିଥ‌ିବା କେତେକ ପ୍ରତିବନ୍ଧକକୁ ଦୂର କରି ଜନସାଧାରଣଙ୍କୁ ଉଦ୍ଧିଷ୍ଟ ସେବାର ସାମଗ୍ରିକ ଉପଲବ୍ଧତା ବୃଦ୍ଧି କରିବା ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦେଶ୍ୟ ।
ଉନ୍ନୟନ କମିଶନର ଅନୁ ଗର୍ଗ ସର୍ବସାଧାରଣ ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ଆଲୋକପାତ କରିବା ସହ ସେବା ପ୍ରଦାନରେ ଉତ୍ତରଦାୟିତ୍ଵ ଏବଂ ଏହାର ସରଳତା ବିଷୟରେ ପ୍ରକାଶ କରିଥିଲେ । ୟୁନିଫାଏଡ୍ ହ୍ଵାଟ୍ସଆପ୍ ବଟ୍ ମାଧ୍ୟମରେ ଲୋକମାନେ ସହଜରେ ସେବା ପାଇବେ ବୋଲି ସେ ଆସ୍ଥା ପ୍ରକଟ କରିଛନ୍ତି ।ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସୁବିଧାମୁକ୍ତ ସେବା ଯୋଗାଇବା ପାଇଁ ପ୍ରଶାସନିକ ସଂସ୍କାରର ଆବଶ୍ୟକ‌ତା ଉପରେ ଆଲୋକପାତ କରିଥିଲେ । ପ୍ରକ୍ରିୟାଗୁଡ଼ିକର ସରଳୀକରଣ ଏବଂ ସେବାଳୁ ଅକ ସୁଲଭ କରିବାରେ ପ୍ରଯୁକ୍ତିବିଦ୍ୟାର ସକାରାତ୍ମକ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ସମ୍ପ୍ରତି ଓଡ଼ିଶାରେ ଯେ କୌଣସି ଜନସେବା ପାଇବା ପାଇଁ ଚାରିଟି ଉପାୟ ରହିଛି । ସମ୍ପୃକ୍ତ କାର୍ୟ୍ୟାଳୟକୁ ଯିବା (ଅଫ ଲାଇନ୍ ମୋଡ୍), ସମ୍ପୃକ୍ତ କାର୍ୟ୍ୟାଳୟର ୱେବ୍‌ ପୋର୍ଟାଲକୁ ଯିବା, ସେହି ନିର୍ଦ୍ଦିଷ୍ଟ ସେବାର ନିର୍ଦ୍ଦିଷ୍ଟ ମୋବାଇଲ୍ ଆପ୍ ଆକ୍ସେସ୍ କରିବା, କିମ୍ବା ସହାୟକ ସେବା ମାଧ୍ୟମରେ ଏକ ସାଧାରଣ ସେବା କେନ୍ଦ୍ର ବା କମନ ସର୍ଭିସ୍ ସେଣ୍ଟରକୁ ଯାଇ ଆମେ ସେବା ପାଇ ପାରୁଛୁ । ସାର୍ବଜନୀନ ସେବା ପ୍ରଦାନ ପାଇଁ ଅଧିକ ଉପଭୋକ୍ତା-ଅନୁକୂଳ ଏବଂ ଉପ ମୋଜ୍‌ ର ଆବଶ୍ୟକତାକୁ ସ୍ଵୀକାର କରି, ଆମେ ବିଶ୍ଵାସ କରୁ ଯେ ହ୍ଵାଟ୍ସଆପ୍ ନାଗରିକମାନଙ୍କୁ ଗୋଟିଏ ନମ୍ବର ମାଧ୍ୟମରେ ଗୋଟିଏ ପ୍ଲାଟଫର୍ମରେ ଲଗିତ ସେବା ଗୁଡିକ ହାସଲ କରିବାକୁ ସକ୍ଷମ କରିବ, ଯାହା ଦ୍ରୁତ ଏବଂ ସୁବିଧାଜନକ ସେବାକୁ ସକ୍ଷମ କରିବ ।୨୦୨୫ ଶେଷ ସୁଦ୍ଧା ଓଡ଼ିଶା ଲୋକସେବା ଅଧିକାର ଅନିୟମ ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସମସ୍ତ ସାର୍ବଜନୀନ ସେବାକୁ ହ୍ଵାଟ୍ସଆପ୍ ମାଧ୍ୟମରେ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଯାହା ଦ୍ଵାରା ନାଗରିକମାନେ ଟେକ୍ସଟ୍ ଏବଂ ଭଏସ୍ ମାଧ୍ୟମରେ ସେ ଗୁଡ଼ିକରେ ପ୍ରବେଶ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ ।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ