ୟର୍କର ମାଷ୍ଟର ଯଶପ୍ରୀତ ବୁମରା

ନୂଆଦିଲ୍ଲୀ: ଭେଟେରାନ ଯଶପ୍ରୀତ ବୁମରା, ତାଙ୍କୁ କେବଳ ଜଣେ ସାଧାରଣ ବୋଲର ବିବେଚନା କରାଯାଇ ନପାରେ । କାରଣ ସେ ଯେଉଁ ଅଦ୍ଭୁତ ଇକୋନୋମିରେ ବୋଲିଂ କରୁଛନ୍ତି ତାହା କେବଳ ଈଶ୍ୱରଙ୍କ ଅବତାର ହିଁ କରି ପାରିବେ । ତେଣୁ ବୁମରାଙ୍କୁ ଈଶ୍ୱରଙ୍କ ଅବତାର ବୋଲି କୁହାଯାଇ ପାରେ । ଆଇସିସି ଟୁର୍ଣ୍ଣାମେଣ୍ଟ ହେଉ ଅବା ଦ୍ୱିପାକ୍ଷିକ ସିରିଜ ସବୁ ମ୍ୟାଚ୍‌ରେ ବୁମରା ଅଦ୍ଭୁତ ବୋଲିଂ କରନ୍ତି । ୟର୍କର ମାଷ୍ଟରଙ୍କୁ ବୁଝିବା ବ୍ୟାଟରଙ୍କ ପାଇଁ କଷ୍ଟକର ହୋଇଥାଏ । ବୁଝିବା ପୂର୍ବରୁ ବ୍ୟାଟର ନିଜ ୱିକେଟ୍ ହରାଇ ବସିଥାନ୍ତି । ବିଶ୍ୱକପ ଫାଇନାଲ ମ୍ୟାଚ ୱିନିଂ ସ୍ପେଲ୍‌କୁ ନେଇ ବୁମରା କହିଛନ୍ତି, ମୁଁ ମୋର ସବୁ ଅନୁଭବକୁ ବ୍ୟବହାର କରି ଦେଇଥିଲି କାରଣ ମୋ ହୋମ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ ଖେଳୁଥିଲି ଆଉ କେବେ ବି ଜିତିନଥିଲି । କିନ୍ତୁ ଏହି ମ୍ୟାଚ୍ ପ୍ରକୃତରେ ସ୍ୱତନ୍ତ୍ର ଲାଗୁଛି । ମୁଁ ପ୍ରକୃତରେ ଉତ୍ସାହିତ ଥିଲି, ସ୍ପଷ୍ଟ ଥିଲି, ମୁଁ ଜାଣିଥିଲି ମୁଁ କ’ଣ କରିବାକୁ ଚାହୁଁଛି । “ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଫାଇନାଲରେ ତାଙ୍କର ବୋଲିଂ ଅତି ଅଦ୍ଭୁତ ଥିଲା । ଫ୍ଲାଟ୍ ପିଚରେ ଘରୋଇ ଦଳ ଯେତେବେଳେ ଦୁର୍ଦ୍ଧର୍ଷ ବ୍ୟାଟିଂ କରି ୫/୨୫୫ ରନ କରିଥିଲା । ନ୍ୟୁଜିଲାଣ୍ଡ ମଧ୍ୟ ସେମିତି ଭୟଙ୍କର ଜବାବ ଦେବ ବୋଲି ଆଶା କରାଯାଉଥିଲା । ମାତ୍ର ସେମିତି କିଛି ହୋଇ ନଥିଲା । ଅକ୍ଷର ପଟେଲ ଯଦିଓ ନ୍ୟୁଜିଲାଣ୍ଡର ୱିକେଟ୍ ଶୁଭାରମ୍ଭ କରିଥିଲେ । କିନ୍ତୁ ବୁମରା ମଧ୍ୟଭାଗରେ ଆତଙ୍କ ଖେଳାଇ ଦେଇଥିଲେ । ସେ ୪ ଓଭର ବୋଲିଂ କରି ମାତ୍ର ୧୫ ରନ ଦେଇ ୪ଟି ୱିକେଟ୍ ନେଇଥିଲେ । ଇକୋନୋମି ୩.୭୫ ରହିଥିଲା ।
୧୪୦ କୋଟି ଭାରତୀୟ ଯଶପ୍ରୀତ ବୁମରାଙ୍କ ପାଖରେ ଋଣୀ ।ସେମି ଫାଇନାଲରେ ତାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ୨୦୨୪ ଫାଇନାଲରେ ମଧ୍ୟ ବୁମରା ବେଶ ଘାତକ ସାବ୍ୟସ୍ତ ହୋଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୪ ଓଭର ବୋଲିଂ କରି ୧୮ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ଇକୋନୋମି ଥିଲା ୪.୫୦ । ବିଶ୍ୱକପ୍ରେ ସେ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ (୧୫ ୱିକେଟ୍) ବିବେଚିତ ହୋଇଥିଲେ । ଏଥର ବୁମରା ଫାଇନାଲରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବୁମରା ଭାରତର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହେବାର ଗୌରବ ଲାଭ କରିଛନ୍ତି । ସେ ମୋଟ୍ ୪୦ଟି ୱିକେଟ୍ ପାଇଛନ୍ତି । ଅର୍ଶଦୀପ ସିଂ ଦ୍ୱିତୀୟ ସ୍ଥାନରେ (୩୬ଟି ୱିକେଟ୍) ରହିଛନ୍ତି । ବୁମରାଙ୍କ ଟେଷ୍ଟ କ୍ୟାରିୟରରେ ଇକୋନୋମି ୨.୭୭, ଦିନିକିଆରେ ୪.୫୯ ଏବଂ ଟି-ଟ୍ୱେଣ୍ଟିରେ ୬.୬୧ ରହିଛି । ପ୍ଲେୟାର ଅଫ୍ ଦି ଫାଇନାଲ ବିବେଚିତ ହୋଇଥିଲେ ବୁମରା ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ