୧ ରୁ ମହଙ୍ଗା ହେବ ପାସପୋର୍ଟ ଦେୟ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ ଆବେଦନ ଦେୟରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ଜୁଲାଇ ୧ରୁ ନୂଆ ଦର ଲାଗୁ ହେବ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ‘ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬’ ଅଧୀନରେ ଏ ନେଇ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଦୀର୍ଘ ୧୪ ବର୍ଷ ପରେ ପ୍ରଥମ ଥର ପାଇଁ ପାସପୋର୍ଟ ଫି’ ବଢ଼ାଯାଇଛି। ନୂଆ ଫି’ ତାଲିକା ଅନୁଯାୟୀ ୧୮ ବର୍ଷ ବା ତା’ଠାରୁ ଅଧିକ ବୟସ୍କ ଆବେଦନକାରୀଙ୍କ ପାଇଁ ସାଧାରଣ ପାସପୋର୍ଟ ଦେୟ ୧୫୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ତତ୍କାଳ ଦେୟ ୩୫୦୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ନାବାଳକ (୧୮ ବର୍ଷରୁ କମ୍)ଙ୍କ ପାଇଁ ୩୬ ପୃଷ୍ଠାର ନୂଆ କିମ୍ବା ପୁନଃ-ଇସ୍ୟୁ ପାସପୋର୍ଟ ପାଇଁ ସାଧାରଣ ଫି’ ୧୦୦୦ ଟଙ୍କାରୁ ବୃଦ୍ଧି ପାଇ ୧୭୫୦ ଟଙ୍କା ହୋଇଥିବା ବେଳେ ତତ୍କାଳ ଫି’ ୪୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି ପାସପୋର୍ଟ ହଜିଯାଏ ବା ନଷ୍ଟ ହୁଏ ତେବେ ୩୬ ପୃଷ୍ଠାର ନୂଆ ପାସପୋର୍ଟ ପାଇଁ ୫,୦୦୦ ଟଙ୍କା (ସାଧାରଣ) ଏବଂ ୭,୫୦୦ ଟଙ୍କା (ତତ୍କାଳ) ଦେବାକୁ ପଡ଼ିବ। ୬୦ ପୃଷ୍ଠା ବିଶିଷ୍ଟ ବୁକଲେଟ୍ ପାଇଁ ୬,୦୦୦ ଟଙ୍କା (ସାଧାରଣ) ଏବଂ ୮,୫୦୦ ଟଙ୍କା (ତତ୍କାଳ) ଫି’ ରଖାଯାଇଛି। ପୁଲିସ କ୍ଲିୟରାନ୍ସ ସାର୍ଟିଫିକେଟ୍ (ପିସିସି), ସରେଣ୍ଡର ସାର୍ଟିଫିକେଟ୍ ଏବଂ ଗ୍ଲୋବାଲ ଏଣ୍ଟ୍ରି ପ୍ରୋଗ୍ରାମ ଯାଞ୍ଚ ପାଇଁ ଫି’ ୫୦୦ ଟଙ୍କାରୁ ବଢ଼ାଇ ୭୫୦ ଟଙ୍କା କରାଯାଇଛି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବୟସ୍କମାନଙ୍କ ପାଇଁ ପାସପୋର୍ଟର ବୈଧତା ପୂର୍ବଭଳି ୧୦ ବର୍ଷ ରହିବ। ଏହା ସହିତ ୮ ବର୍ଷରୁ କମ୍ ପିଲା ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କ ପାଇଁ ମିଳୁଥିବା ୧୦% ରିଆତି ବ୍ୟବସ୍ଥା ଜାରି ରହିବ। ଜୁଲାଇ ୧ କିମ୍ବା ଏହା ପରେ ହେବାକୁ ଥିବା ସମସ୍ତ ନୂଆ ଆବେଦନ ଉପରେ ଏହି ବର୍ଦ୍ଧିତ ଦର ଲାଗୁ ହେବ।

  • Related Posts

    ଯାତ୍ରୀବାହୀ ଗାଡ଼ିକୁ ପିଟିଲା ଟ୍ରକ୍, ୭ ମୃତ

    ରାମଗଡ଼: ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ଦ୍ରୁତଗାମୀ କୋଇଲା ବୋଝେଇ ଟ୍ରକ୍ ଏବଂ ଯାତ୍ରୀବାହୀ ଗାଡ଼ି ମଧ୍ୟରେ ସାମ୍ନାସାମ୍ନି ଭୟଙ୍କର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୭…

    Continue reading
    ଭେନେଜୁଏଲାରେ ଭୟଙ୍କର ଭୂକମ୍ପ ; ଧ୍ବଂସସ୍ତୂପ ତଳେ ହଜାର ହଜାର ଜୀବନ

    କାରାକାସ : ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲାରେ ଗୁରୁବାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ଦେଶର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ କହିବା ଅନୁଯାୟୀ ଭୂମିକମ୍ପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ