
ଭୁବନେଶ୍ୱର: ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଆଣ୍ଡାମାନ ସାଗରରେ ଲଘୁଚାପ ହୋଇପାରେ । କିନ୍ତୁ ଏହା କେତେ ଶକ୍ତିଶାଳୀ ହେବ ଆଉ କେଉଁ ଦିଗକୁ ଯିବ, ତାହା ଏବେଠୁ କହିବା ମୁସ୍କିଲ । ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ହେଲେ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ । କିନ୍ତୁ ଓଡ଼ିଶା ଉପରେ ବିପଦର ବିଶେଷ ଆଶଙ୍କା ନାହିଁ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ କରିଛନ୍ତି ।ବିଶ୍ୱର ବିଭିନ୍ନ ପାଣିପାଗ ମଡେଲକୁ ଅନୁଶୀଳନ କରି ସେ କହିଛନ୍ତି, ବଙ୍ଗୋପସାଗରରେ ସିଷ୍ଟମ ଗଠନର ଆଶଙ୍କା ରହିଛି । ପୂର୍ବ ଅପେକ୍ଷା ଏହି ଆଶଙ୍କା ବଢ଼ିଛି । ନ୍ୟାସନାଲ ଓସେନିକ୍ ଆଣ୍ଡ ଆଟମୋସ୍ପିୟରିକ୍ ଆଡମିନଷ୍ଟ୍ରେସନ (ଏନଓଏଏ) ପୂର୍ବାନୁମାନ ଅନୁସାରେ ଆସନ୍ତା ୧୪ରୁ ୨୦ ତାରିଖ ମଧ୍ୟରେ ଉତ୍ତର ଭାରତ ମହାସାଗରରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇପାରେ । ଏହା ସୃଷ୍ଟି ହେବାର ସମ୍ଭାବନା ୨୦ରୁ ୪୦% । ଲଘୁଚାପ ଗଠନ ପାଇଁ ପାଣିପାଗ ସ୍ଥିତି ଅନୁକୂଳ ରହିଥିବା କୁହାଯାଇଛି ।ସମ୍ଭାବ୍ୟ ଲଘୁଚାପ କେଉଁଠାରେ ସୃଷ୍ଟି ହେବ ଓ ଗଠିତ ହେବ ଓ ଭର୍ଟିକାଲ ୱିଣ୍ଡ ସିଅର(ଲମ୍ବା ବାୟୁ ପ୍ରବାହର ପରିବର୍ତ୍ତନ) କମିଲେ ସମ୍ଭାବ୍ୟ ଲଘୁଚାପ ଅଧିକ ଶକ୍ତିଶାଳୀ ହୋଇପାରେ । ୮୫୦ ୨୦୦ ଏଚ୍ପିଏ ସ୍ତରରେ ପବନର ବେଗ ଓ ଦିଗର ବ୍ୟବଧାନ କମି ଅନୁକୂଳ ହେଲେ ସିଷ୍ଟମ୍ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ବଢ଼ିବ । ତେବେ ୧୦ରୁ ୧୨ ତାରିଖ ବେଳକୁ ଲଘୁଚାପର କେତେ ପ୍ରଭାବୀ ହେବ, ସେ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରେ ।ବଙ୍ଗୋପସାଗର ଉପରେ ମୌସୁମୀ ବାୟୁ ଦୁର୍ବଳ ହୋଇ ପବନର ଢାଞ୍ଚା ବଦଳୁଛି । ଭାରତ ମହାସାଗର ଉପରେ ଏମ୍ଜେ ଓ ଅଧିକ ଅନୁକୂଳ ହୋଇପାରେ । ଇସିଏମଡବ୍ଲୁଏଫ୍ ଓ ଜିଇଏଫଏସ୍ ମଡେଲ ଅନୁସାରେ, ଲଘୁଚାପ ଗଠନ ପାଇଁ ପରିବେଶ ଅନୁକୂଳ ଅଛି । ଏବେ ଓଡ଼ିଶା ଉପରେ ସିଧାସଳଖ ବିପଦର ଆଶଙ୍କା ନାହିଁ ।








