ଭୁବନେଶ୍ଵର:ଆସନ୍ତା ୧୨ରୁ ରାଜ୍ୟବ୍ୟାପୀ କୃମିନାଶକ ଔଷଧ ଏବଂ ଭିଟାମିନ-ଏ ପ୍ରଦାନ ଅଭିଯାନ ଆରମ୍ଭ ହେବ। ସ୍ବାସ୍ଥ୍ୟବିଭାଗ ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ବର୍ଷକୁ ଦୁଇଥର ଫେବୃଆରୀ ଏବଂ ଅଗଷ୍ଟ ହେଉଥିବାବେଳେ ଫେବୃଆରୀ ୯୭ ପ୍ରତିଶତ ସଫଳତା ମିଳିଥିଲା। ଚଳିତ ପର୍ଯ୍ୟାୟରେ ୧,୨୬,୪୬,୬୧୬ ଜଣଙ୍କୁ ଏହି ଔଷଧ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରହିଛି। ବୟସ ଅନୁସାରେ ଉଭୟ ଆଲବେଣ୍ଡାଜଲ ସିରପ୍ ଏବଂ ଟାବଲେଟ୍ ଦିଆଯିବ। ଏଥିରେ ସେଭଳି କୌଣସି ପାର୍ଶ୍ବପ୍ରତିକ୍ରିୟା ନଥିବାବେଳେ ଚୋବେଇ ଖାଇବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦିଆଯାଇଛି। ଚଳିତ ପର୍ଯ୍ୟାୟରେ ରାଜ୍ୟର ୧୮ ଜିଲାର ଏହି ଔଷଧ ପ୍ରଦାନ କରାଯିବ।
ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଅାପଡ଼ା, ପୁରୀ ଏବଂ ରାୟଗଡ଼ ଜିଲାରେ ଏହି ଅଭିଯାନ ଚାଲିବ। ଏସବୁ ଜିଲାର ସବୁ ସରକାରୀ, ଘରୋଇ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୃମିନାଶକ ଦିଆଯିବ। ଯେଉଁମାନେ ୧୨ ତାରିଖରେ ଔଷଧ ଖାଇବାରୁ ବଞ୍ଚିତ ହେବେ ସେମାନେ ୧୯ରେ ଶେଷ ପର୍ଯ୍ୟାୟରେ ଔଷଧ ନେଇପାରିବେ। କାର୍ଯ୍ୟକ୍ରମରେ ୧ରୁ ୧୯ ବର୍ଷରେ କୋଟିଏ ୨୬ ଲକ୍ଷ ଶିଶୁ ଏବଂ ୨୦ରୁ ୨୪ ବର୍ଷର ୧୫ ଲକ୍ଷରୁ ଅଧିକ ପ୍ରଜନନ ବୟସର ମହିଳାଙ୍କୁ ଔଷଧ ପ୍ରଦାନ କରାଯିବ। ୧ରୁ ୫ ବର୍ଷ ମଧ୍ୟରେ ୨୩,୩୯,୧୦୨ ଶିଶୁଙ୍କୁ ସିରପ୍ ଏବଂ ୬ରୁ ୧୯ ବର୍ଷ ମଧ୍ୟରେ ୯୯,୦୬,୪୩୩ ଜଣଙ୍କୁ ବଟିକା ପ୍ରଦାନ କରାଯିବ। ସେହିପରି ସାମୂହିକ ଔଷଧ ପ୍ରଦାନ ହେବାକୁ ଥିବା ୧୨ ଜିଲାରେ ୧ରୁ ୨ ବର୍ଷର ୪,୦୧,୦୮୧ ଶିଶୁଙ୍କୁ କୃମିନାଶକ ଔଷଧ ଦିଆଯିବ। ଏହାଛଡ଼ା ଅଗଷ୍ଟରେ ପ୍ରତି ବୁଧବାର ୯ ମାସରୁ ୬୦ ମାସର ୩୨ ଲକ୍ଷ ଶିଶୁଙ୍କ ଭିଟାମନ୍ ଏ ଦିଆଯିବ। ସ୍ବାସ୍ଥ୍ୟବିଭାଗ ଅନ୍ୟ ବିଭାଗ ସହଯୋଗ କରୁଥିବାବେଳେ ଆଶା, ଅଙ୍ଗନବାଡ଼ି କର୍ମୀ ଔଷଧ ବଣ୍ଟନରେ ସହଯୋଗ କରିବେ।
ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା
ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…




