
ଭୁବନେଶ୍ୱର: ଗତ ୮ ମାସରେ ୨୦,୦୬୦ ଜଣ ନିଖୋଜ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭୦୪୮ଜଣଙ୍କୁ ଖୋଜାଯାଇଥିବାବେଳେ ୧୩,୦୧୨ଜଣ ଏବେ ବି ନିଖୋଜ ଅଛନ୍ତି ।ଆଜି ଗୃହରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।








