ଭୁବନେଶ୍ୱର, ଅକ୍ଟୋବର ୨୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କମ୍ୟୁନିଟି ରେଡ଼ିଓ ଷ୍ଟେସନ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ପ୍ରସାରଣର ୧୩ ବର୍ଷ ପୂରଣ କରିଛି । ଏହି ବର୍ଷ ପୂର୍ତି ଉପଲକ୍ଷେ ସୋଆର ଉପାଧ୍ୟକ୍ଷ ଶ୍ରୀମତି ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜକୁ ଜନହିତକର ସୂଚନା ଦେବାରେ ସୋଆ କମ୍ୟୁନିଟି ରେଡ଼ିଓ ଅଗ୍ରଣୀ ଭୂମିକା ତୁଲାଉଥିବା କହିଛନ୍ତି । ୨୦୧୨ ଅକ୍ଟୋବର ୧୫ ତାରିଖରେ ଆରମ୍ଭ ହୋଇଥିବା ସୋଆ କମ୍ୟୁନିଟି ରେଡ଼ିଓ ସଚେତନତା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି, ମହିଳା ସଶକ୍ତିକରଣ, କୃଷି, ସାଂସ୍କୃତିକ, ପର୍ଯ୍ୟଟନ, ଐତିହ୍ୟ, ଜଳବାୟୁ ପରିବର୍ତନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏକ ଦୃଢ଼ ମଂଚ ହୋଇପାରିଛି ବୋଲି ଶ୍ରୀମତି ଦାସ କହିଥିଲେ । ୧୩ ବର୍ଷ ପୂର୍ତୀ ପାଳନ ଅବସରରେ ଶ୍ରୀମତି ଦାସ ରେଡ଼ିଓର ସମସ୍ତ କର୍ମକର୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେମାନଙ୍କ ଅନୁକରଣୀୟ ପ୍ରଦର୍ଶନ ଏବଂ ସହରର ସବୁଠାରୁ ଲୋକପ୍ରିୟ ରେଡ଼ିଓ ତାଲିକାରେ ସ୍ଥାନୀତ ହେବା ଏବଂ ସମାଜର ସେବା କରିବା ନିମନ୍ତେ ଅଭିନନ୍ଦନ ଜଣାଇଥିଲେ । ସୋଆ ରେଡ଼ିଓର ଦାୟିତ୍ୱରେ ଥିବା ଅଧିକାରୀ ଶ୍ରୀମତି ହନି ପଟ୍ଟନାୟକ କହିଥିଲେ ଭଏସ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ଏକ ଦାୟିତ୍ୱ ସମ୍ପନ୍ନ ପ୍ରସାରଣ ମାଧ୍ୟମ ଏବଂ ଏହା ସର୍ବଦା ଗୁଣାତ୍ମକ କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କ ନିକଟରେ ପହଂଚିବାକୁ ଉଦ୍ୟମ ଜାରି ରଖିବ । ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଜଏଂଟ ରେଜିଷ୍ଟ୍ରାର ପ୍ରଫେସର ମଧୁବ୍ରତା ମହାନ୍ତି, ସୋଆ ରେଡ଼ିଓର ସମସ୍ତ ସଦସ୍ୟ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା
ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…




