
ଦେବଗଡ଼:ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପ୍ରାଥମିକ କୃଷି ଋଣ ସମବାୟ ସମିତି(ପ୍ୟାକ୍ସ) ନିମନ୍ତେ ୧୫ ଦିନିଆ ସାର ଲାଇସେନ୍ସ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ତାଲିମ କାର୍ଯ୍ୟକ୍ରମ ଆଜି ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଜିଲ୍ଲାର ସମସ୍ତ ପ୍ୟାକ୍ସର ସଂପାଦକ ମାନଙ୍କୁ ତାଲିମ ପ୍ରଦାନ କରାଯିବ। କୃଷି ବିଜ୍ଞାନ କେନ୍ଦ୍ର ଏବଂ ରାଜ୍ୟ କୃଷି ଏବଂ ବୈଷୟିକ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୃତ୍ତିକାର ସ୍ବାସ୍ଥ୍ୟ,ଅମ୍ଲ ଏବଂ କ୍ଷୀରୀୟ ମୃତ୍ତିକାର ପରିଚାଳନା, ମାଟିରେ ଥିବା ବିଭିନ୍ନ ପୋଷକତତ୍ତ୍ବ ଏବଂ ଏହାର ଉପାଦେୟତା,ସମନ୍ବିତ ଖାଦ୍ୟ ସାରର ପରିଚାଳନା, ଜୈବିକ କୃଷି , ପ୍ରାକୃତିକ କୃଷି, ମୃତ୍ତିକା ପରୀକ୍ଷା ସଂପର୍କରେ ତାଲିମ ପ୍ରଦାନ କରିବେ। ତାଲିମ ଶେଷରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅଂଶଗ୍ରହଣକାରୀମାନଙ୍କୁ ସାର ଲାଇସେନ୍ସ ପ୍ରଦାନ କରାଯିବ।







