୧୫ ପୂର୍ବରୁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିପାରେ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଉପରମୁହାଁ । ବ୍ୟାରେଲ ପିଛା ଏହା ୭୦ ଡଲାରରୁ ବଢ଼ି ହୋଇଛି ୧୨୬ ଡଲାର । କିନ୍ତୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ରହିଛି ସ୍ଥିର । ଏଭଳି ସ୍ଥିତିରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକର କ୍ଷତି ବଢ଼ିଚାଲିଛି । ଆଗକୁ ଏହି ବୋଝର କିଛି ଭାଗ ଖାଉଟିଙ୍କୁ ମୁଣ୍ଡାଇବାକୁ ପଡ଼ିପାରେ । ଏକ ସୂତ୍ରରୁ ଜଣାପଡ଼ିଛି, ମେ’ ୧୫ ପୂର୍ବରୁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିପାରେ ।
ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁ ପେଟ୍ରୋଲ, ଡିଜେଲ ଏବଂ ଏଲ୍‌ପିଜି ବିକ୍ରିରେ ଦେଶର ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଙ୍କ ମାସିକ କ୍ଷତି ୩୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି । ବର୍ଦ୍ଧିତ ଅନ୍ତର୍ଜାତୀୟ ଦରର ପ୍ରଭାବକୁ ସୀମିତ କରିବା ପାଇଁ ମାର୍ଚ୍ଚ ଶେଷ ଭାଗରେ କେନ୍ଦ୍ର ସରକାର ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦ ଶୁଳ୍କରେ ୧୦ ଟଙ୍କା ହ୍ରାସ କରିଥିଲେ । ଏହାସତ୍ତେ୍ୱ ତୈଳ ରାଷ୍ଟ୍ରାୟତ୍ତ କମ୍ପାନିଗୁଡ଼ିକ ପ୍ରଚୁର ମାତ୍ରାରେ କ୍ଷତି ସହୁଛନ୍ତି ।

ଉତ୍ପାଦ ଶୁଳ୍କ ହ୍ରାସ ଯୋଗୁ ମାସକୁ ସରକାର ପ୍ରାୟ ୧୪,୦୦୦ କୋଟି ଟଙ୍କାର ରାଜସ୍ୱ ହରାଉଥିବା ଶର୍ମା କହିଛନ୍ତି । ସରକାର ଯଦି ଉତ୍ପାଦ ଶୁଳ୍କକୁ ହ୍ରାସ କରିନଥାନ୍ତେ ତେବେ ଇନ୍ଧନ ବିକ୍ରିରେ ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଙ୍କ କ୍ଷତି ଆହୁରି ଅଧିକ ହୋଇଥାନ୍ତା ବୋଲି ଶର୍ମା କହିଛନ୍ତି ।

ହୋର୍ମୁଜ ମାର୍ଗ ଅବରୋଧ ଫଳରେ ବିଶ୍ୱର ୨୦% ତୈଳ ପରିବହନ ଠପ୍ ହୋଇଯାଇଛି । ଏସବୁ ବାହ୍ୟ ଝଟ୍‌କା ସତ୍ତେ୍ୱ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଛି । ରିଟେଲ ଦର ଏବଂ ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚ ମଧ୍ୟରେ ତାଳମେଳ ନାହିଁ । ଉଭୟ ସରକାର ଏବଂ ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ସମାନ ଭାବେ ବୋଝକୁ ବହନ କରୁଛନ୍ତି । ଲିଟର ପିଛା ପେଟ୍ରୋଲ ଉପରେ ସରକାର ଏବଂ ତୈଳ କମ୍ପାନିଗୁଡ଼ିକ ୨୪ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଛନ୍ତି ।

ସେହିଭଳି ଲିଟର ଡିଜେଲରେ କ୍ଷତି ପରିମାଣ ରହିଛି ୩୦ ଟଙ୍କା । ସୂତ୍ର ଅନୁସାରେ, ଯଦି ଦରବୃଦ୍ଧିକୁ ଅନୁମୋଦନ ମିଳେ ତେବେ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦର ୪ରୁ୫ ଟଙ୍କା ଓ ଘରୋଇ ଏଲ୍‌ପିଜି ସିଲିଣ୍ଡର ୪୦ରୁ୫୦ ଟଙ୍କା ମହଙ୍ଗା ହୋଇପାରେ । ଯଦି ଏହା ହୁଏ ୪ ବର୍ଷ ମଧ୍ୟରେ ଉଭୟ ଇନ୍ଧନ ଦରରେ ଏହା ହେବ ବୃହତ୍ ସଂଶୋଧନ।

  • Related Posts

    ୨୫ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ଏଆଇଏଡିଏମକେ

    ଚେନ୍ନଇ:ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ ପଲାନିସ୍ୱାମୀ ବିଦ୍ରୋହୀ ନେତାଙ୍କ ବିରୋଧରେ ଗ୍ରହଣ କରିଛନ୍ତି କାର୍ୟ୍ୟାନୁଷ୍ଠାନ।…

    Continue reading
    ଯଦି ଯୁଦ୍ଧ ଚାଲିବ ତେଲ ଦର ନିଶ୍ଚିତ ବଢ଼ିବ ଆର୍.ବି.ଆଇ:ଗଭର୍ଣ୍ଣର

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। କିନ୍ତୁ ଭାରତରେ ଆଜି ପର୍ଯ୍ୟନ୍ତ ତାହା ସ୍ଥିର ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ