ଋଷ ଏବଂ ୟୁକ୍ରେନ ମଧ୍ୟରେ ୩ଦିନିଆ ଅସ୍ତ୍ରବିରତି

ୱାସିଂଟନ: ଋଷ ଏବଂ ୟୁକ୍ରେନ ତିନି ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଏହି ଅସ୍ତ୍ରବିରତି ମେ’ ୯ରୁ ୧୧ ପର୍ୟ୍ୟନ୍ତ କାର୍ୟ୍ୟକାରୀ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଉଭୟ ପକ୍ଷ ଯୁଦ୍ଧ ବନ୍ଦ କରିବା ଏବଂ ଏକ ବଡ଼ ଧରଣର କଏଦୀ ଅଦଳବଦଳ ପାଇଁ ରାଜି ହୋଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ରେ ପ୍ରକାଶିତ ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି ଯେ ଏହି ଅସ୍ତ୍ରବିରତିରେ ଏକ ପ୍ରମୁଖ କଏଦୀ ଅଦଳବଦଳ ଅନ୍ତର୍ଭୁକ୍ତ ହେବ, ଯେଉଁଥିରେ ଉଭୟ ପକ୍ଷର ୧,୦୦୦୦ କଏଦୀଙ୍କ ଅଦଳବଦଳ ଅନ୍ତର୍ଭୁକ୍ତ। ଟ୍ରମ୍ପ ପୋଷ୍ଟରେ କହିଛନ୍ତି ଯେ ସେ ସିଧାସଳଖ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଛନ୍ତି ଏବଂ ଏଥିରେ ରାଜି ହେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅସ୍ତ୍ରବିରତି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟକୁ ସ୍ମରଣ କରି ବିଜୟ ଦିବସ ପାଳନ କରୁଥିବା ସମୟରେ ଆସିଛି।

  • Related Posts

    କ୍ରିଷ୍ଣା ସ୍ୱାମୀନାଥନ ନୌସେନାର ପରବର୍ତ୍ତୀ ମୁଖ୍ୟ

    ନୂଆଦିଲ୍ଲୀ: ଦେଶର ସାମୁଦ୍ରିକ ସୀମା ସୁରକ୍ଷା ପାଇଁ ମିଳିଛି ନୂଆ ସେନାପତି। ଭାଇସ୍ ଆଡମିରାଲ୍ କ୍ରିଷ୍ଣା ସ୍ୱାମୀନାଥନ ହେବାକୁ ଯାଉଛନ୍ତି ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ। ଆସନ୍ତା ୩୧ ତାରିଖରେ ସେ ବିଧିବଦ୍ଧ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବେ।ଜଣେ…

    Continue reading
    ୧୫ ପୂର୍ବରୁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିପାରେ

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଉପରମୁହାଁ । ବ୍ୟାରେଲ ପିଛା ଏହା ୭୦ ଡଲାରରୁ ବଢ଼ି ହୋଇଛି ୧୨୬ ଡଲାର । କିନ୍ତୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ରହିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ