୧୨ ରେ ଲଘୁଚାପ, ୧୫ ପରେ ବାତ୍ୟାର ରୂପ ସ୍ପଷ୍ଟ !

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ୁଥିବା ବେଳେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଯାହାକି ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ବ୍ୟାପିଛି । ଘୂର୍ଣ୍ଣିବଳୟଟି ଆହୁରି ଘନୀଭୂତ ହୋଇ ୧୨ ରୁ ୧୩ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି। ସେପଟେ ୧୫ ତାରିଖ ପରେ ବାତ୍ୟାର ରୂପ ସ୍ପଷ୍ଟ ଜଣାପଡିବ।

ଅନ୍ୟପଟେ ରାଜ୍ୟରେ ଏବେ ଟ୍ରପଲାଇନ ପ୍ରଭାବ ରହିଛି। ଯାହାକି ୧୧ ତାରିଖ ପର୍ଯ୍ୟନ୍ତ ରହିବ। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ୨୦ ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଘଣ୍ଟାପ୍ରତି ୩୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି। ଏନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।ସେପଟେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ୪୮ ଘଣ୍ଟା ପରେ ତାପମାତ୍ରା 2 ରୁ 3 ଡିଗ୍ରୀ ଭିତରେ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । 9 ତାରିଖ ପାଇଁ ଅନୁଗୁଳ, ବୌଦ୍ଧ, ଝାରସୁଗୁଡା, ଫୁଲବାଣୀ, ବଲାଙ୍ଗୀର, ବାଲେଶ୍ବର ଆଦି ଜିଲ୍ଲାରେ ତାପମାତ୍ରା ଏକ ରୁ 2 ଡିଗ୍ରୀ ବୃଦ୍ଧି ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।

10 ତାରିଖରେ ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୋଳ, ନୟାଗଡ, ଫୁଲବାଣୀ ଓ ମାଲକାନଗିରି ପାଇଁ ଆଲର୍ଟ ଜାରି ହୋଇଛି । ସେହିପରି 11 ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ, ସୋନପୁର, ବରଗଡ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବଲାଙ୍ଗୀର, ଅନୁଗୋଳ ଆଦି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବ ।

  • Related Posts

    ନିଲମ୍ବନ ହେଲେ କୋରେଇ ବିଇଓ

    ଯାଜପୁର: ଯାଜପୁର ଜିଲ୍ଲା କୋରେଇ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ ସାଢ଼େ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ବିଇଓ ସୁଦର୍ଶନ ମଲ୍ଲିକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ତାଙ୍କୁ ଜିଲ୍ଲା…

    Continue reading
    ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଚେତାବନୀ

    ଢେଙ୍କାନାଳ: ମୋତେ ଫେରାଅ ମୋ ଚାକିରି, କିଛି ଏଭଳି ଦାବିରେ ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ଯୁବକ | ଢେଙ୍କାନାଳ ଜିଲ୍ଲାର ତୁମୁସୀଙ୍ଗ ଥାନା ଅନ୍ତର୍ଗତ ସୋଗର ଗ୍ରାମର ଯୁବକ ରୁଦ୍ର ନାରାୟଣ ଦାସ l…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ