ନିଲମ୍ବନ ହେଲେ କୋରେଇ ବିଇଓ

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ ସାଢ଼େ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ବିଇଓ ସୁଦର୍ଶନ ମଲ୍ଲିକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ତାଙ୍କୁ ଜିଲ୍ଲା ଶିକ୍ଷା ବିଭାଗ କାର୍ୟ୍ୟାଳୟରେ ଅବସ୍ଥାପିତ କରାଯାଇଛି ବୋଲି ଡିଇଓ ମହେଶ୍ବର ସାହୁ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଦୁର୍ନୀତିର ମାଷ୍ଟରମାଇଣ୍ଡ ପୂର୍ବତନ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତି, ତାଙ୍କ ପତ୍ନୀ ଗୀତରାଣୀ ଓ ପୁଅ ମାତୃପ୍ରସାଦଙ୍କ ସମେତ କୋରେଇ ବିଇଓ କାର୍ୟ୍ୟାଳୟର ପୂର୍ବତନ କନିଷ୍ଠ କିରାଣି ବିଷ୍ଣୁପ୍ରସାଦ ଦାସଙ୍କୁ ଭିଜିଲାନ୍ସ ଗିରଫ କରିଛି। ତେବେ ବିଇଓଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇନଥିଲା।

ସୂଚନାଯୋଗ୍ୟ, ୨୦୧୮ରୁ ୨୦୨୪ ମସିହା ପର୍ୟ୍ୟନ୍ତ କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ୬ ବର୍ଷ ଧରି ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ବ୍ୟବହାର କରି ସେମାନଙ୍କ ନାଁରେ ୫.୫୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରାଯାଇଥିଲା। ଏହି ସମୟ ଭିତରେ ବର୍ତ୍ତମାନର ବିଇଓ ସୁଦର୍ଶନ ମଲ୍ଲିକଙ୍କୁ ମିଶାଇ ୪ ଜଣ ବିଇଓ କାର୍ୟ୍ୟରତ ଥିଲେ। କେତେଜଣ ଅସାଧୁ କର୍ମଚାରୀ ଅର୍ଥ ହଡ଼ପ କରିଚାଲିଥିଲେ ମଧ୍ୟ ବିଇଓମାନେ ନିରବଦ୍ରଷ୍ଟା ସାଜିବା ନେଇ ପ୍ରଶ୍ନ ଉଠିଥିଲା। ଏହି ମାମଲାରେ ବିଇଓ ସୁଦର୍ଶନ ମଲ୍ଲିକ, ପୂର୍ବତନ ୩ ଜଣ ବିଇଓଙ୍କ ସମେତ ୧୨ ଜଣଙ୍କ ନାଁରେ ଭିଜିଲାନ୍ସରେ ମାମଲା ହୋଇଛି। ଗିରଫ ହୋଇଥିବା କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନକରାଯାଇଥିବାବେଳେ ଅଭିଯୁକ୍ତ ଅବସରପ୍ରାପ୍ତ କର୍ମଚାରୀ ପ୍ରଦୀପ କୁମାର ମହାନ୍ତିଙ୍କ ପେନ୍‌ସନ୍‌ ବନ୍ଦ କରାଯାଇଛି। ବିଇଓ ସୁଦର୍ଶନ ମଲ୍ଲିକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଲିଖିତ ଭାବେ ଅବଗତ କରାଯାଇଛି। ଏଥିସହିତ ପୂର୍ବତନ ବିଇଓଙ୍କ ବାବଦରେ ମଧ୍ୟ ବିଭାଗକୁ ଚିଠି ଲେଖାଯାଇଛି ବୋଲି ଡିଇଓ ମହେଶ୍ବର ସାହୁ କହିଛନ୍ତି।

  • Related Posts

    ଘୂର୍ଣ୍ଣିବଳୟ ସକ୍ରିୟ : ୧୩ରେ ଲଘୁଚାପ

    ଭୁବନେଶ୍ବର : ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୧୧ ତାରିଖ ବେଳକୁ ଏହା ଆଣ୍ଡାମାନସାଗର ମଧ୍ୟକୁ ପ୍ରବେଶ କରିପାରେ। ଏହା ପ୍ରଭାବରେ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ…

    Continue reading
    ୧୧ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ: ୫ଜଣଙ୍କ କାଏମ

    ଦେବଗଡ଼:୮ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ହେଉଛି।ଯାହାକୁ ନେଇ ବର୍ତ୍ତମାନ ଦେବଗଡ ଜିଲ୍ଲାର ବିଭିନ୍ନ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇପଡିଛି।ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଥିବା‌ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ