
ନିମାପଡ଼ା: ୧୯ ବର୍ଷରୁ କମ ରାଜ୍ୟ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି ନିମାପଡ଼ା ମାଟିର ପୁଅ ମୟଙ୍କ ପଟ୍ଟନାୟକ । ଯୁବ ପ୍ରତିଭା ମୟଙ୍କ ଦଳରେ ସ୍ଥାନ ପାଇ ନିମାପଡ଼ା ପାଇଁ ଗର୍ବ ଓ ଗୌରବ ଆଣିବା ସହିତ କ୍ରିକେଟ ପ୍ରେମୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏହା ପୂର୍ବରୁ ମୟଙ୍କ ୧୬ ବର୍ଷରୁ କମ ରାଜ୍ୟ କ୍ରିକେଟ ଦଳରେ ସ୍ଥାନ ପାଇ ଖେଳିବାର ସୁଯୋଗ ପାଇଥିଲେ। ସେ ବିଭିନ୍ନ ସ୍ଥାନରେ ଆୟୋଜିତ କ୍ରିକେଟ୍ ପ୍ରତିଯୋଗିତା ରେ ଖେଳି ଅନେକ ସଫଳତା ହାସଲ କରିଛନ୍ତି। ତାଙ୍କୁ ଆହୁରି ଆଗକୁ ବଢିବା ପାଇଁ ତାହା ପ୍ରେରଣା ଯୋଗାଇଛି ବୋଲି କ୍ରିକେଟ ପ୍ରେମୀ କୁହନ୍ତି । କ୍ରିକେଟ ଖେଳ ପ୍ରତି ମୟଙ୍କ ଆନ୍ତରିକତା ଓ ନିଷ୍ଠା ଥିବା ଯୋଗୁଁ ସେ ସଫଳତାର ସିଡ଼ି ଚଢୁଛି ବୋଲି ମା ସସ୍ମିତା ମିଶ୍ର ଓ ବାପା ସମ୍ୱିତ ପଟ୍ଟନାୟକ କହିଛନ୍ତି।
ପ୍ରାକ୍ତନ ମନ୍ତ୍ରୀ, ବିଜେପି ପ୍ରବକ୍ତା ତଥା ନିମାପଡ଼ା ଆଥଲେଟିକ ଆସୋସିଏସନର ସଭାପତି ସମୀର ରଞ୍ଜନ ଦାଶ, ସମ୍ପାଦକ ଜୀବନାନନ୍ଦ ମହାପାତ୍ର,ଉପ ସଭାପତି ଧୀରେନ୍ ବରାଳ, କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା, ସୌମ୍ୟ ଶେଖର ମହାନ୍ତି,ଅମ୍ପେୟାର ସତ୍ୟେନ୍ଦ୍ର ମୋହନ ମହାନ୍ତି ପ୍ରମୁଖ ମୟଙ୍କଙ୍କର ଉଜ୍ବଳ ଭବିଷ୍ୟତ ଓ ସଫଳତା କାମନା କରିବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନିମାପଡ଼ାରୁ ବସନ୍ତ ନାୟକଙ୍କ ରିପୋର୍ଟ







