୨.୧୦ ଲକ୍ଷ କୋଟି ନିବେଶ ସହ ୮.୬୮ ଲକ୍ଷ ନିଯୁକ୍ତି ସମ୍ଭାବନା

ଆବୁଧାବି (ୟୁଏଇ): ଓଡ଼ିଶାକୁ ବିଶ୍ୱସ୍ତରୀୟ ନିବେଶ ଆଣିବା ଦିଗରେ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡିଶା ସରକାରଙ୍କୁ ବଡ଼ ସଫଳତା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ଉଚ୍ଚସ୍ତରୀୟ ନିବେଶ ଆଲୋଚନାରେ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ ବା IHC ଓ ଆଦାନୀ ଗ୍ରୁପ ସହ ୧୪ଟି ନୂଆ ପ୍ରକଳ୍ପ ନେଇ ବୁଝାମଣା ହୋଇଛି । ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୨.୧୦୫ ଟ୍ରିଲିୟନ ଡଲାର ବା ୨,୧୦,୫୦୦ କୋଟି ନିବେଶର ସମ୍ଭାବନା ସୃଷ୍ଟି ହୋଇଛି । ଏହା କାର୍ଯ୍ୟାନ୍ଵୟନ ହେଲେ ପ୍ରାୟ ୮ ଲକ୍ଷ ୬୮ ହଜାର ୨୦୦ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି । ଏହା ସହ ରାଜ୍ୟର ଇଣ୍ଟିଗ୍ରେଟେଡ୍‌ ଆଲୁମିନିୟମ ପ୍ରକଳ୍ପକୁ ନେଇ ମଧ୍ୟ ଆଲୋଚନା ଆଗକୁ ବଢ଼ିଛି । ବାଣିଜ୍ୟ ଓ ବନ୍ଦର ବିକାଶ କ୍ଷେତ୍ରରେ ସହଯୋଗ ନେଇ ମଧ୍ୟ ବିଭିନ୍ନ ଚୁକ୍ତି ସ୍ୱାକ୍ଷର ହୋଇଛି ।IHCର ବିଭିନ୍ନ ବ୍ୟବସାୟିକ ୟୁନିଟ ଓ ଗ୍ରୁପ କମ୍ପାନୀ ସହ ଅନୁଷ୍ଠିତ ରାଉଣ୍ଡଟେବୁଲ୍‌ ବୈଠକରେ ଓଡ଼ିଶାରେ ନୂଆ ନିବେଶ ସୁଯୋଗ ନେଇ ବିସ୍ତୃତ ଆଲୋଚନା ହୋଇଛି । ଓଡ଼ିଶା ସରକାର, IHC ଓ ଆଦାନୀ ଗ୍ରୁପ ମଧ୍ୟରେ ୧୪ଟି ନୂଆ ପ୍ରକଳ୍ପ ଅନୁସନ୍ଧାନ ଓ ବିକାଶ ନେଇ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ଡାଉନଷ୍ଟ୍ରିମ ଶିଳ୍ପ, ସ୍ଲରି ପାଇପଲାଇନ, କ୍ରିଟିକାଲ ମିନେରାଲ ଓ ରେୟାର ଆର୍ଥ ଉପାଦାନ, କେମିକାଲ ଓ ପେଟ୍ରୋକେମିକାଲ ଡେରିଭେଟିଭ, ନବୀକରଣୀୟ ଶକ୍ତି ଉପକରଣ, ସ୍ୱାସ୍ଥ୍ୟ ସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଓ କ୍ରୀଡ଼ା ଭିତ୍ତିଭୂମି ଭଳି କ୍ଷେତ୍ର ରହିଛି । ଏଥିରେ IHCର ମ୍ୟାନେଜିଂ ଡାଇରେକ୍ଟର ଓ CEO ସୟଦ ବସର ଶୁଏବ, ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେସିଆଲ ଇକୋନୋମିକ୍‌ ଜୋନ୍‌ର ମ୍ୟାନେଜିଂ ଡାଇରେକ୍ଟର କରଣ ଆଦାନୀ ଏବଂ ଆଦାନୀ ଗ୍ରୀନ୍‌ ଏନର୍ଜିର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ସାଗର ଆଦାନୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି ।ଇଣ୍ଟିଗ୍ରେଟେଡ ଆଲୁମିନିୟମ ପ୍ରକଳ୍ପକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି । ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ତହସିଲରେ ଆଲୁମିନା ରିଫାଇନାରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାର ସଦର ସୁନ୍ଦରଗଡ଼ ତହସିଲରେ ଆଲୁମିନିୟମ୍ ସ୍ମେଲଟର ସ୍ଥାପନ ପାଇଁ ସମ୍ଭାବ୍ୟ ଜମି ନେଇ ଆଲୋଚନା ହୋଇଛି । ଚଳିତ ବର୍ଷ ଜୁଲାଇ ୨ରେ ସ୍ୱାକ୍ଷରିତ ଚୁକ୍ତିର ଅନୁସରଣରେ ଏହି ଆଲୋଚନା ହୋଇଛି । ଆଲୁମିନିୟମ କ୍ଷେତ୍ରରେ ଓଡ଼ିଶାର ଶିଳ୍ପ ଭିତ୍ତିକୁ ଆହୁରି ମଜବୁତ କରିବାର ଆଶା ସୃଷ୍ଟି ହୋଇଛି ।IHC ସହ ଓଡ଼ିଶାର ବଢ଼ୁଥିବା ସହଯୋଗ ଏବେ କେବଳ ଆଲୁମିନିୟମ୍‌ ଶିଳ୍ପରେ ସୀମିତ ରହିବ ନାହିଁ । ଧାତୁ ଓ ଖଣିଜ, ରେୟାର ଆର୍ଥ, କେମିକାଲ, ଗ୍ରୀନ ଏନର୍ଜି, ହେଲ୍ଥକେୟାର, ଶିଳ୍ପ ଭିତ୍ତିଭୂମି ସହ ପର୍ଯ୍ୟଟନ, ସ୍କିଲ ଡେଭଲପମେଣ୍ଟ ଓ ସ୍ପୋର୍ଟ୍ସ ଭିତ୍ତିଭୂମି ପର୍ଯ୍ୟନ୍ତ ନିବେଶର ଦ୍ୱାର ଖୋଲିବାକୁ ଯାଉଛି ।ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରୋତ୍ସାହନ ଏବଂ ଓଡ଼ିଶାରେ ନିବେଶ ସୁଯୋଗ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ଏବଂ ଆଇବିପିଜି ମଧ୍ୟରେ ଏକ ସହଯୋଗିତା ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଆଲୋଚନାରେ ଓଡ଼ିଶାର ବିଭିନ୍ନ ଉତ୍ପାଦ, ହଳଦୀ, ଅଦା ଭଳି ମସଲା ଜାତୀୟ ଦ୍ରବ୍ୟ ଏବଂ ସାମୁଦ୍ରିକ ଖାଦ୍ୟର ରପ୍ତାନି ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସହ ୟୁଏଇର ପ୍ରମୁଖ ବ୍ରାଣ୍ଡଗୁଡ଼ିକ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫ୍ୟାକ୍ଚରିଂକୁ ପ୍ରୋତ୍ସାହିତ କରିବ । ଓଡ଼ିଶାର ଉଚ୍ଚ ଦକ୍ଷତାସମ୍ପନ୍ନ ମାନବସମ୍ବଳ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ନେଇ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଦ୍ୟୋଗୀ ମଧ୍ୟ ଭାଗ ନେଇଛନ୍ତି । ବ୍ୟବସାୟିକ ଭାଗିଦାରୀର ବିସ୍ତାର, ବଜାର ସଂଯୋଗକୁ ସୁଦୃଢ଼ ଏବଂ ୟୁଏଇ ବଜାରରେ ପହଞ୍ଚ ବୃଦ୍ଧି କରିବା ନେଇ ମତ ରଖିଛନ୍ତି । ଆଲୋଚନା ଓଡ଼ିଶା-ୟୁଏଇ ବାଣିଜ୍ୟିକ ସହଯୋଗକୁ ଅଧିକ ମଜବୁତ କରିବା ସହ ବାଣିଜ୍ୟ, ନିବେଶ ଏବଂ ବ୍ୟବସାୟିକ ସହଯୋଗିତା ପାଇଁ ନୂଆ ପନ୍ଥା ସୃଷ୍ଟି କରିବାକୁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି ।ମୁଖ୍ୟମନ୍ତ୍ରୀ ପେଟ୍ରୋକେମିକାଲ ସେକ୍ଟରର ସିଇଓ ହାଜିମ ସୁଲତାନ ଅଲ୍ ସୁୱାଇଦିଙ୍କୁ ଭେଟିଛନ୍ତି । ପାରାଦ୍ୱୀପରେ ଇଣ୍ଡିଆନ୍ ଅଏଲ୍ କୋର୍ପୋରେସନ୍ ଲିମିଟେଡର ପ୍ରସ୍ତାବିତ ନାପଥା କ୍ରାକର ପ୍ଲାଣ୍ଟରୁ କଞ୍ଚାମାଲ ସଂଯୋଗର ସୁଯୋଗ ନେଇ ଓଡ଼ିଶାରେ ଏକ ବୃହତ ପେଟ୍ରୋକେମିକାଲ୍ସ ଡାଉନଷ୍ଟ୍ରିମ୍ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବାକୁ ସେ ବୋରୋଜ କମ୍ପାନୀକୁ ନିମନ୍ତ୍ରଣ ଜଣାଇଛନ୍ତି । ବୋରୋଜ କମ୍ପାନୀ ଭିତ୍ତିଭୂମି, ଶକ୍ତି, ପରିବହନ, ସ୍ୱାସ୍ଥ୍ୟ ସେବା, କୃଷି ଏବଂ ଆଧୁନିକ ପ୍ୟାକେଜିଂ କ୍ଷେତ୍ରରେ ବ୍ୟବହୃତ ହେଉଥିବା ପଲିଏଥିଲିନ ଏବଂ ପଲିପ୍ରୋପିଲିନ ଉତ୍ପାଦନ କରେ । ଏହି ପ୍ରସ୍ତାବିତ ସହଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନ୍ତର୍ଜାତୀୟ ପଲିମର ଜ୍ଞାନକୌଶଳକୁ ଓଡ଼ିଶାକୁ ଆଣିବା ଏବଂ ରାଜ୍ୟର ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଅଧିକ ମୂଲ୍ୟ ବୃଦ୍ଧି କରିବା ।ୟୁଏଇ-ଆଧାରିତ ନିବେଶ ସଂସ୍ଥାଗୁଡ଼ିକ ସହ ଅନୁଷ୍ଠିତ ଅନ୍ୟ ଏକ ଗୋଲଟେବୁଲ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିପିପି ମୋଡରେ ବିକଶିତ ହେବାକୁ ଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ପ୍ରସ୍ତାବ ରଖିଛନ୍ତି । ଓଡ଼ିଶାର ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକରେ ସଂସ୍ଥାଗତ ଭାଗିଦାରୀ, ପ୍ରକଳ୍ପର ଆକଳନ ଏବଂ ଦୀର୍ଘମିଆଦୀ ନିବେଶ ସହଯୋଗିତା ପାଇଁ ସମ୍ଭାବ୍ୟ ପନ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ବୈଠକରେ ୟୁଏଇର ପ୍ରମୁଖ ନିବେଶ ଓ ବ୍ୟବସାୟିକ ସଂସ୍ଥାର ବରିଷ୍ଠ ପ୍ରତିନିଧିମାନେ ଏକାଠି ହୋଇଛନ୍ତି ।ଆଇଏଫସିର ଡିଭିଜନାଲ ଡାଇରେକ୍ଟର ଅବଦୁଲହା ଜେଇନି ଜାଫ୍ରି, ଆଇଆରଏଚ ଗ୍ଲୋବାଲ ଟ୍ରେଣ୍ଡିଂର କ୍ୱାଣ୍ଟିଟେଟିଭ ରିସର୍ଚ୍ଚ ଡେଭେଲପମେଣ୍ଟ ମୁଖ୍ୟ ଜିଉଲିଓ ଓଚିଓନେରୋ ଏବଂ ଏଲିପ୍ଟିକ ଏଫଜେଡର ମ୍ୟାନେଜିଂ ଡାଇରେକ୍ଟର ଫ୍ରାନ୍ସେସ୍କା ମାରିଆ ପ୍ରମୁଖ ସାମିଲ ଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଉପସ୍ଥିତ ଥିଲେ ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ