
ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ । ୨ଟି ଷ୍ଟେସନରେ ପଡିଛି ୨ଜଣଙ୍କ ମୃତଦେହ । ଗୋଟିଏ ମୃତଦେହ ବାଣୀବିହାର ନିକଟ ରେଳ ଧାରଣାରୁ ମିଳିଛି । ଅନ୍ୟ ଏକ ମୃତଦେହ ଲିଙ୍ଗରାଜ ରେଳ ଧାରଣାରୁ ଉଦ୍ଧାର ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ଜଣାପଡିନି । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନି । ୨ଟି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଛାନ୍ଭିନ୍ ଚଳାଇଛି ଜିଆରପି ପୋଲିସ ।








