୨୦୨୫-୨୭ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଲାଗି ଖେଳସୂଚୀ ପ୍ରସ୍ତୁତ

ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ୨୦୨୫-୨୭ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଲାଗି ଖେଳସୂଚୀ ଘୋଷଣା କରିଛି। ଏହି ୨ ବର୍ଷରେ ୯ଟି ପ୍ରତିଯୋଗୀ ଦେଶ ମୋଟ ୭୧ଟି ଟେଷ୍ଟମ୍ୟାଚ୍‌ ଖେଳିବେ। ଜୁନ୍‌ ୧୭ରୁ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ୪ର୍ଥ ତଥା ନୂତନ ସଂସ୍କରଣ ଆରମ୍ଭହେବ। ଏହିିଦିନ ଗଲ୍‌ରେ ବାଂଲାଦେଶ ବିପକ୍ଷରେ ଘରୋଇ ଶ୍ରୀଲଙ୍କା ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳିବ। ଏହି ୭୧ଟି ଟେଷ୍ଟମ୍ୟାଚ୍‌କୁ କ୍ରମାଗତ ୨ ଥର ଫାଇନାଲ ଖେଳିଥିବା ଅଷ୍ଟ୍ରେଲିଆ ସର୍ବାଧିକ ୨୨ଟି ଟେଷ୍ଟମ୍ୟାଚ୍‌ ଖେଳିବ। ଏହାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ୨୧ଟି ଟେଷ୍ଟମ୍ୟାଚ୍‌ ଖେଳିବ। ଉଭୟ ଦଳ ପରସ୍ପର ବିପକ୍ଷରେ ୨ ଥର ଆସେସ୍‌ ଶୃଙ୍ଖଳା ଖେଳିବେ।
ନୂତନ ଅଧିନାୟକ ଶୁଭମନ ଗିଲ୍‌ଙ୍କ ନେତୃତ୍ବରେ ଭାରତ ନୂତନ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ସାଇକେଲ୍‌ରେ ଅଭିଯାନ ଚଳିତମାସ ୨୦ରୁ ଆରମ୍ଭ କରିବ। ଭାରତ ୨୦୨୫-୨୭ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ସାଇକେଲ୍‌ରେ ମୋଟ ୧୮ଟି ଟେଷ୍ଟମ୍ୟାଚ୍ ଖେଳିବ। ଭାରତୀୟ ଦଳ ଘରୋଇ ଓ ବିଦେଶ ମାଟିରେ ୩ଟି ଲେଖାଏଁ ଶୃଙ୍ଖଳାରେ ୯ଟି ଲେଖାଏଁ ଟେଷ୍ଟମ୍ୟାଚ୍‌ ଖେଳିବ। ଭାରତୀୟ ଦଳ ବିଦେଶରେ ୩ଟି ଟେଷ୍ଟ ଶୃଙ୍ଖଳା ଖେଳିବ। ଏହା ଅନ୍ତର୍ଗତ ଇଂଲଣ୍ଡ ବିପକ୍ଷରେ ୫ଟି ଏବଂ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ଲେଖାଏଁ ଟେଷ୍ଟ ଭାରତୀୟ ଦଳ ଖେଳିବ। ଘରୋଇମାଟିରେ ଭାରତ ୩ଟି ଶୃଙ୍ଖଳାରେ ମୋଟ ୯ଟି ଟେଷ୍ଟ ଖେଳିବ। ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨ଟି, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫ଟି ଟେଷ୍ଟମ୍ୟାଚ୍‌ ଖେଳିବ। ତେମ୍ବା ବଭୁମାଙ୍କ ଅଧୀନରେ ଦକ୍ଷିଣ ଆଫ୍ରିକା ନିକଟରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ ହୋଇଛି। ୨୦୨୪ ଅଗଷ୍ଟରୁ ବଭୁମାଙ୍କ ଅଧୀନରେ ଦକ୍ଷିଣ ଆଫ୍ରିକା କ୍ରମାଗତ ୯ଟି ଟେଷ୍ଟମ୍ୟାଚ୍‌ ଖେଳିଛି। ନୂତନ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ସାଇକେଲ୍‌ରେ ଦକ୍ଷିଣ ଆଫ୍ରିକା ମୋଟ ୧୪ଟି ଟେଷ୍ଟ ଖେଳିବ। ନୂତନ ସଂସ୍କରଣରେ ଅକ୍ଟୋବରରେ ପାକିସ୍ତାନରେ ଘରୋଇ ଦଳ ବିପକ୍ଷରେ ଖେଳି ଦକ୍ଷିଣ ଆଫ୍ରିକା ତା’ର ଅଭିଯାନ ଆରମ୍ଭ କରିବ। ୨୦୨୬ ସେପ୍ଟେମ୍ବରରେ ଯାଇ ଦକ୍ଷିଣ ଆଫ୍ରିକା ଘରୋଇ ମାଟିରେ ଟେଷ୍ଟ ଶୃଙ୍ଖଳା ଖେଳିବ। ଉପବି​‌େ​‌ଜତା ଅଷ୍ଟ୍ରେଲିଆ ବିପକ୍ଷ​‌େ​‌ର ଘରୋଇ ଦକ୍ଷିଣ ଆଫ୍ରିକାା ୩ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ। ଏମାନଙ୍କୁ ଛାଡ଼ି ବାଂଲାଦେଶ ମୋଟ ୧୨ଟି, ପ୍ରଥମ ସଂସ୍କରଣର ଚମ୍ପିଆନ୍ ନ୍ୟୁଜିଲାଣ୍ଡ ୧୬ଟି, ପାକିସ୍ତାନ ୧୩ଟି, ଶ୍ରୀଲଙ୍କା ୧୨ଟି ଓ ୱେଷ୍ଟଇଣ୍ଡିଜ୍‌ ୧୪ଟି ଟେଷ୍ଟମ୍ୟାଚ୍‌ ଖେଳିବେ। ଟେଷ୍ଟ କ୍ରିକେଟ୍‌କୁ ଅଧିକ ଲୋକପ୍ରିୟ କରିବା ଳାଗି ଆଇସିସି ଏହି ଖେଳସୂଚୀ ପ୍ରସ୍ତୁତ କରିଛି। ସମସ୍ତ ୯ଟି ଟେଷ୍ଟ ଖେଳୁଥିବା ଦେଶ ଘରୋଇ ଓ ବିଦେଶରେ ଟେଷ୍ଟ ଶୃଙ୍ଖଳା ଖେଳିବାର ବ୍ୟବସ୍ଥା ରହିଛି। ୨ ବର୍ଷ ଧରି ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍‌ ଖେଳି ଟେଷ୍ଟ କ୍ରିକେଟ୍‌ରେ ସର୍ବୋଚ୍ଚ ପୁରସ୍କାର ଜିତିବାକୁ ସମସ୍ତ ଦଳ ପ୍ରୟାସ କରିବେ। ଏଥର ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌କୁ ଅଧିକ ରୋଚକ କରିବାକୁ ଆଇସିସି ଯୋଜନା କରିଛି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ