୨୧ଟି ନୂଆ ଏନଏସି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ନୂଆ ସରକାରର ଫୋକସରେ ରହିଛି ସହରାଞ୍ଚଳ ବିକାଶ। ଏଥିପାଇଁ ନୂଆ ଏନଏସି ଗଠନକୁ ଜୋର ଦେଇଛନ୍ତି ସରକାର। ସ୍ବାଧୀନତା ଦିବସ ଅଭିଭାଷଣରେ ରାଜ୍ୟରେ ୨୧ଟି ନୂଆ ଏନଏସି ଗଠନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିଭଳି ନୂଆ ମ୍ୟୁନିସିପାଲଟି ମଧ୍ୟ ଗଠନ କରାଯିବ। ରାଜ୍ୟରେ ଏବେ ମାତ୍ର ୧୭% ସହରାଞ୍ଚଳ ରହିଛି । ନୂଆ ଏନଏସି ଗଠନ ଘୋଷଣା ପରେ ବିଭିନ୍ନ ଅଞ୍ଚଳରେ ଏବେ ଚର୍ଚ୍ଚା ବଢିଛି । କିଏ ନୂଆ ଏନଏସି ତାଲିକାରେ ରହିବ ତାହାକୁ ନେଇ ଦାବି ରଖିଥିବା ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି ।

ପୂର୍ବ ବିଜେଡି ସରକାର ୫୭ଟି ନୂଆ ଏନଏସି ପାଇଁ ଘୋଷଣା କରିଥିଲେ। ୬ଟି ଏନଏସିକୁ ମ୍ୟୁନିସିପାଲିଟି କରିବାକୁ ହୋଇଥିଲା ଘୋଷଣା। ସରକାରୀ ସ୍ତରରେ ବିଧିବଦ୍ଧ ଭାବେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିଲା। କେବଳ ଘୋଷଣାରେ ସୀମିତ ରହିଥିଲା ଏନଏସି ମାନ୍ୟତା। ନୂଆ ଏନଏସି ପାଇଁ ନୂଆ ସରକାର ଅଣ୍ଟା ଭିଡିଛନ୍ତି। ନଗର ଉନ୍ନୟନ ବିଭାଗର ତାଲିକାକୁ ପଞ୍ଚାୟତରାଜି ବିଭାଗର ବାଜିଛି ମୋହର ।
୨୧ଟି ନୂଆ ଏନଏସି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ସହରାଞ୍ଚଳ ବିକାଶକୁ ଗୁରୁତ୍ବ । ଏବେ ରାଜ୍ୟରେ ୧୭% ସହରାଞ୍ଚଳ ରହିଛି ।

  • Related Posts

    ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟରେ ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ।…

    Continue reading
    ୱାଟକୋ ପ୍ରକଳ୍ପ ସମ୍ବନ୍ଧରେ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

    ଭୁବନେଶ୍ବର : ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ତଥା ୱାଟକୋର ପ୍ରକଳ୍ପ ସମ୍ବନ୍ଧରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି l ଚଳିତ ଗ୍ରୀଷ୍ମଋତୁକୁ ଦୃଷ୍ଟିରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ