୨୨ ସେପ୍ଟେମ୍ବରରୁ ଲାଗୁ ହେବ ୫% ଓ ୧୮% ଜିଏସଟି ସ୍ଲାବ୍

ଭୁବନେଶ୍ବର,04/09: ଜିଏସଟି କାଉନସିଲର ୫୬ ତମ ବୈଠକରେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ ହଟାଇବା ପ୍ରସ୍ତାବକୁ ମଞ୍ଜୁରି ମିଳିଯାଇଛି । ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ୍ ନିୟମ ୨୨ ସେପ୍ଟେମ୍ବରରୁ ଲାଗୁ ହେବ । ଭୁବନେଶ୍ବର : ଜିଏସଟି କାଉନସିଲର ୫୬ ତମ ବୈଠକରେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ ହଟାଇବା ପ୍ରସ୍ତାବକୁ ମଞ୍ଜୁରି ମିଳିଯାଇଛି । ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ୍ ନିୟମ ୨୨ ସେପ୍ଟେମ୍ବରରୁ ଲାଗୁ ହେବ ।
୨୫୦୦ ଟଙ୍କା ପର୍ଯ୍ୟନ୍ତ ଜୋତା ଓ କପଡାରେ ଜିଏସଟି ହାର ହ୍ରାସ ପାଇ ୫ ପ୍ରତିଶତ ହୋଇଯାଇପାରେ ଯାହା ଫଳରେ ଏହି ସାମଗ୍ରୀ ଦାମ୍ କମିବ । ତେବେ ଏହାଠୁ ଅଧିକ ଦାମୀ ଜୋତା ଓ କପଡା ଦାମ୍ ଭିନ୍ନ ହୋଇପାରେ । ବୀମା ପ୍ରିମିୟମ୍ ଦର ହ୍ରାସ ପାଇବା ନେଇ ସହମତି ପ୍ରକାଶ ପାଇଛି । ଫଳରେ ସ୍ବାସ୍ଥ୍ୟ ବୀମା ଶସ୍ତା ହେବ । ଏହା ସହିତ ଜୀବନ ରକ୍ଷାକାରୀ ଔଷଧ ଦାମ୍ ମଧ୍ୟ ହ୍ରାସ ପାଇବ । ଟୁଥ୍ ପାଉଡର, ସାବୁନ, ହେୟାର ଅଏଲ୍, ପେନକିଲର ମେଡିସିନ୍, ସ୍ନାକ୍, ସିଲେଇ ମେସିନ୍, ପ୍ରେଶର କୁକର, ଗିଜର ଭଳି ସାମଗ୍ରୀ ଶସ୍ତା ହେବ । ଏହା ବ୍ୟତୀତ ବିନା ବିଜୁଳି ବିଶିଷ୍ଟ ପାଣି ଫିଲ୍ଟର, ଇଲେକ୍ଟ୍ରିକ୍ ଆଇରନ୍, ଭାକ୍ୟୁମ କ୍ଲିନର, ୧୦୦୦ ଟଙ୍କାରୁ ଅଧିକ ଦାମୀ ରେଡିମେଡ୍ କପଡା, ସାଇକେଲ, ବାସନ କୁସନ ଉପରେ ମଧ୍ୟ କମ୍ ଟ୍ୟାକ୍ସ ଲାଗିବ । ସିମେଣ୍ଟ, ଚକୋଲେଟ୍, ଟିଭି, ଫ୍ରିଜ୍, ଓ୍ବାଶିଂମେସିନ୍, ଏସି ଆଦିରେ ୧୮ ପ୍ରତିଶତ ଜିଏସଟି ଲାଗିବ । ଦୁଗ୍ଧ, ରୁଟି, ଛେନା ଆଦି ସାମଗ୍ରୀ ଜିଏସଟି ମୁକ୍ତ ହେବ । ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ ।

  • Related Posts

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଭୁବନେଶ୍ବର,04/09: ଭୁବନେଶ୍ବର ଏବଂ କଟକ ସହର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତା ଖରାପ ହୋଇ ଗଲାଣି। କେଉଁଠି ରାସ୍ତାରୁ ପିଚୁ ଉଠି ଗଲାଣି ତ ଆଉ କେଉଁଠି ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଲୋକମାନେ ଗମନାଗମନରେ ନାହିଁ ନଥିବା…

    Continue reading
    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଭୁବନେଶ୍ବର,04/09: ନୂଆଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ ଇଣ୍ଡିଆ ୨୦୨୫ରେ ରାଜ୍ୟ ସରକାର ୨୬୫୫ କୋଟି ଟଙ୍କାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଟପ୍‌ଟ୍ରାକ୍ ହାଇ-ଟେକ୍ ପିସିବି ପ୍ରାଇଭେଟ୍ ଲିମିଟେଡ୍‌ ସହ ୧୦୦୫ କୋଟି ଟଙ୍କାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର