ଭୁବନେଶ୍ବର,04/09: ଜିଏସଟି କାଉନସିଲର ୫୬ ତମ ବୈଠକରେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ ହଟାଇବା ପ୍ରସ୍ତାବକୁ ମଞ୍ଜୁରି ମିଳିଯାଇଛି । ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ୍ ନିୟମ ୨୨ ସେପ୍ଟେମ୍ବରରୁ ଲାଗୁ ହେବ । ଭୁବନେଶ୍ବର : ଜିଏସଟି କାଉନସିଲର ୫୬ ତମ ବୈଠକରେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ ହଟାଇବା ପ୍ରସ୍ତାବକୁ ମଞ୍ଜୁରି ମିଳିଯାଇଛି । ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ୍ ନିୟମ ୨୨ ସେପ୍ଟେମ୍ବରରୁ ଲାଗୁ ହେବ ।
୨୫୦୦ ଟଙ୍କା ପର୍ଯ୍ୟନ୍ତ ଜୋତା ଓ କପଡାରେ ଜିଏସଟି ହାର ହ୍ରାସ ପାଇ ୫ ପ୍ରତିଶତ ହୋଇଯାଇପାରେ ଯାହା ଫଳରେ ଏହି ସାମଗ୍ରୀ ଦାମ୍ କମିବ । ତେବେ ଏହାଠୁ ଅଧିକ ଦାମୀ ଜୋତା ଓ କପଡା ଦାମ୍ ଭିନ୍ନ ହୋଇପାରେ । ବୀମା ପ୍ରିମିୟମ୍ ଦର ହ୍ରାସ ପାଇବା ନେଇ ସହମତି ପ୍ରକାଶ ପାଇଛି । ଫଳରେ ସ୍ବାସ୍ଥ୍ୟ ବୀମା ଶସ୍ତା ହେବ । ଏହା ସହିତ ଜୀବନ ରକ୍ଷାକାରୀ ଔଷଧ ଦାମ୍ ମଧ୍ୟ ହ୍ରାସ ପାଇବ । ଟୁଥ୍ ପାଉଡର, ସାବୁନ, ହେୟାର ଅଏଲ୍, ପେନକିଲର ମେଡିସିନ୍, ସ୍ନାକ୍, ସିଲେଇ ମେସିନ୍, ପ୍ରେଶର କୁକର, ଗିଜର ଭଳି ସାମଗ୍ରୀ ଶସ୍ତା ହେବ । ଏହା ବ୍ୟତୀତ ବିନା ବିଜୁଳି ବିଶିଷ୍ଟ ପାଣି ଫିଲ୍ଟର, ଇଲେକ୍ଟ୍ରିକ୍ ଆଇରନ୍, ଭାକ୍ୟୁମ କ୍ଲିନର, ୧୦୦୦ ଟଙ୍କାରୁ ଅଧିକ ଦାମୀ ରେଡିମେଡ୍ କପଡା, ସାଇକେଲ, ବାସନ କୁସନ ଉପରେ ମଧ୍ୟ କମ୍ ଟ୍ୟାକ୍ସ ଲାଗିବ । ସିମେଣ୍ଟ, ଚକୋଲେଟ୍, ଟିଭି, ଫ୍ରିଜ୍, ଓ୍ବାଶିଂମେସିନ୍, ଏସି ଆଦିରେ ୧୮ ପ୍ରତିଶତ ଜିଏସଟି ଲାଗିବ । ଦୁଗ୍ଧ, ରୁଟି, ଛେନା ଆଦି ସାମଗ୍ରୀ ଜିଏସଟି ମୁକ୍ତ ହେବ । ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ ।
ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର
ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…




